ଜଗତସିଂହପୁରେ ପ୍ରତିକ ଚାଷୀ ଆନ୍ଦୋଳନ
ଜଗତସିଂହପୁର ,(ଅନସୂୟା ରାଉତ): ଆଜି ଜଗତସିଂହପୁର ଜିଲ୍ଲାର ବଙ୍ଗଳା ଛକରେ ଜିଲ୍ଲା ସଂଯୋଜକ ଦୁର୍ଗା ଏବଂ ଚରଣ ସ୍ବାଇଁଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଚକାବନ୍ଦ ପ୍ରତିକ ଆନ୍ଦୋଳନ କରିଛନ୍ତି । କେନ୍ଦ୍ର ସରକାରଙ୍କ କୃଷିଭିତ୍ତିକ ଆଇନ୍ ବିରୁଦ୍ଧରେ ପାଖା ପାଖି ଦୁଇ ମାସ ହେବ ଚାଷୀମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଯେପର୍ଯ୍ୟନ୍ତ ଆଇନ୍ ସଂଶୋଧନ ହୋଇନାହିଁ ସେପର୍ଯ୍ୟନ୍ତ ଚାଷୀ ଆନ୍ଦୋଳନ ଜାରି ରହିବ ବୋଲି କୃଷକ ନେତା ଗଙ୍ଗାଧର ଖଟୁଆ ପ୍ରକାଶ କରିଛନ୍ତି । ଆଜିର ଏହି ଆନ୍ଦୋଳନ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି । ଜଗତସିଂହପୁର ଜିଲ୍ଲାର ବିଭିନ୍ନ ମହଲରୁ ଏହି ଆନ୍ଦୋଳନକୁ ସମର୍ଥନ କରାଯାଇଛି । ଅନ୍ଯ ମାନଙ୍କ ମଧ୍ୟରେ ଚାଷୀ ହୃଷୀକେଶ ଚୟନୀ, ବୈକୁଣ୍ଠ ନାଥ ବିଶ୍ବାଳ,ଶଙ୍କରସଣ ରାଉତ, ହୃଷିକେଶ ସାହୁ ପ୍ରଭୃତି ଯୋଗଦେଇ ଆନ୍ଦୋଳନକୁ ସଫଳ କରିଥିଲେ ।


