ଜୁନିୟର ରେଡ କ୍ରସ୍ ପକ୍ଷରୁ ବୃକ୍ଷରୋପଣ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ରାଇରଙ୍ଗପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜୁନିୟର ରେଡ କ୍ରସ୍ ତରଫରୁ ବନ ମହୋତ୍ସବ ପାଳିତ ହୋଇଯାଇଛି I ଜିଲ୍ଲା ଜୁନିଅର ରେଡ କ୍ରସ୍ ଅଧିକାରୀ ସ୍ମୃତି ରଞ୍ଜନ ପାଣିଙ୍କ ଆବାହକତ୍ବରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ସହକାରୀ ବନ ସରଂକ୍ଷକ ବୈଦନାଥ ମାଝୀ ଯୋଗ ଦେଇଥିଲେ I ସମସ୍ତଙ୍କ ଜୀବନରେ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ଛାତ୍ରୀମାନଙ୍କୁ ଶ୍ରୀଯୁକ୍ତ ମାଝୀ ପରାମର୍ଶ ଦେଇଥିଲେ I ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ତ୍ରିପାଠୀଙ୍କ ପୌରାହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବନଖଣ୍ଡ ବିଭାଗର ରେଞ୍ଜ ଅଧିକାରୀ ଅନ୍ତର୍ଯ୍ୟାମୀ ମହାକୁଡ଼,ବନପାଳ ବିପିନ ଚନ୍ଦ୍ର ବେହେରା,ସଞ୍ଜୟ ପ୍ରସାଦ ବେହେରା,ପରିବେଶପ୍ରେମୀ ଲଳିତ ମହାନ୍ତ,ସି.ଆର.ସି.ସି ସୁଶାନ୍ତ ପରୀକ୍ଷା ପ୍ରମୁଖ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଗଛ ଲଗାଇବା ସହିତ ତାହାର ସୁରକ୍ଷା ପାଇଁ ଯତ୍ନ ବାନ ହେବାଲାଗି ପରାମର୍ଶ ଦେଇଥିଲେ I ଚାରାରୋପଣ କରିବା ସମୟରେ ଶିକ୍ଷକ ସମୀର କୁମାର ଦାଶ ମନ୍ତ୍ର ପାଠ କରିଥିବଲାବେଳେ କାଉନସେଲର ଅର୍ଚ୍ଚନା ହାଁସଦା, ଶିକ୍ଷକ ଦୀପ୍ତିମନ୍ତ ପାଇକରାୟ, ନୀଳାଦ୍ରି ଶେଖର ସତ୍ୟ ନାରାୟଣ ବେହେରା, ମୃତ୍ୟୁଞ୍ଜୟ ମହାନ୍ତ, ଶିକ୍ଷୟତ୍ରୀ ସୁକାନ୍ତି ସାହୁ, ଭାନୁମତି ବେହେରା ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ Iଶେଷରେ ଜେ.ଆର.ସିଓ ଶ୍ରୀଯୁକ୍ତ ପାଣି “ଗଛ ବଞ୍ଚିଲେ ଆମେ ବଞ୍ଚିବା ” ଭଳି ବିଭିନ୍ନ ସଚେତନତା ଧର୍ମୀ ସ୍ଲୋଗାନ ଛାତ୍ରୀମାନଙ୍କୁ ପ୍ରଦାନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ