ଝିଅ ନିଖୋଜ ଘଟଣାରେ ବ୍ୟଥିତ ହୋଇ ଆତ୍ମହତ୍ୟା କଲା ବାପା  

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଳକ ପଞ୍ଚୁଗୋଛିଆ ଗ୍ରାମରେ ଘଟିଯାଇଛି ଏକ ଅଘଟଣ । ଝିଅ ନିଖୋଜ ହେବା ଘଟଣାରେ ବାପା ବ୍ୟଥିତ ହୋଇ ଆତ୍ମହତ୍ୟା କରିଛି । ଯାହାକି ସମଗ୍ର ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ଗୋବର୍ଦ୍ଧନ ପଣ୍ଡାଙ୍କ ୧୫ବର୍ଷୀୟ ଝିଅ ଗତ ୪ଦିନ ହେଲା ନିଖୋଜ ହୋଇଯାଇଥିଲା । ଏନେଇ ଗୋବର୍ଦ୍ଧନ ଅନେକ ଆଡେ ଖୋଜାଖୋଜି କରିବା ସହିତ ଝିଅର କିଛି ସନ୍ଧାନ ନପାଇବାରୁ ଏଥିରେ ବ୍ୟଥିତ ହୋଇ ମାନସିକ ଭାରସାମ୍ୟ ହରାଇ ବସିଥିଲା । ଆଜି ଅପରାହ୍ନରେ ସେ ଘରେ ଚାଷପାଇଁ ରଖଯାଇଥିବା କୀଟନାଶକ ପିଇଦେଇଥିଲା । ପରିବାର ଲୋକେ ଏହା ଜାଣିବାପରେ ତୁରନ୍ତ ତାକୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିବାବେଳେ ସେଠାରେ ତାଙ୍କର ମୃତୁ୍ୟ ଘଟିଥିଲା । ଖବରପାଇ ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତୁ୍ୟ ମାମଲା ରୁଜୁ କରିବା ସହିତ ଶବକୁ ପୋଷ୍ଟମଟମ କରାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ