ଝୁଣାବାଡିରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଝୁଣାବାଡିର ମା ମାଧୋଇ ରାଇସ ମିଲ, ମା ତାରିଣୀ ଷ୍ଟୋନ କ୍ରସର ପରିସରରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇ ଯାଇଛି। ପୂର୍ବତନ ବ୍ଲକ ଅଧ୍ୟକ୍ଷ  ପର୍ଶୁରାମ ପେଡ଼ାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପୂଜାକୁ ପବିତ୍ର ମୋହନ ପେଡା, ପ୍ରଦୀପ ପେଡା, ପ୍ରମୋଦ ପେଡା, ବଳରାମ ଗିରି ପ୍ରମୁଖ  ପରିଚାଳନା କରିଥିଲେ । ନିକଟସ୍ଥ ପୋଖରୀରୁ ଘଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ଅଣାଯିବା ପରେ ଷ୍ଟୋନ କ୍ରସର ପରିସରରେ ପୂଜାର୍ଚନା କରାଯାଇଥିଲା। ଏହି ପୂଜା ଉତ୍ସବରେ ଜିଲ୍ଲାପରିଷଦ ଉପାଧକ୍ଷ  ସୋମନାଥ ଦାସ,  ଶତ୍ରୁଘ୍ନ ପାତ୍ର,ଶରତ ଚନ୍ଦ୍ର ଗିରି, ରଘୁନାଥ ପରିଡା, ରବିନ୍ଦ୍ର ଲେଙ୍କା, ପୁର୍ବତନ ସରପଞ୍ଚ ବସନ୍ତ ପଢିଆରୀ, ଅନନ୍ତ ଆୟତ, ଦେବେନ୍ଦ୍ର ତ୍ରିପାଠୀଙ୍କ ସମେତ ଶତାଧିକ ମାନଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ