ମୁନିଗୁଡାରେ ଧୁମଧାମର ଚାଲିଛି ଗଣେଶ ପୂଜା

ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାରେ ଚଳିତ ବର୍ଷ ବିଭିନ୍ନ ସାହି ଓ ଛକ ମାନଙ୍କରେ ଧୁମଧାମର ସହ ଚାଲିଛି ଗଣେଶ ପୂଜା, ଯାହାକୁ ନେଇ ସହର ହୋଇ ଉଠିଛି ଚଳ ଚଞ୍ଚଳ ଇତି ମଧ୍ୟରେ ମୁନିଗୁଡାର ପାଇକସାହିସ୍ଥିତ ମହାଲଷ୍ମୀ ପୂଜା ପଡିଆରେ ବିଜୁ ପଟ୍ଟନାୟକ ୟୁଥ କ୍ଳବ ତରଫରୁ ଅନୁଷ୍ଠିତ ହେଉଥିବା ପୂଜା ଚଳିତ ୨୧ତମ ବର୍ଷରେ ପଦାର୍ପଣ କରିଛି ଯାହାକୁ ନେଇ କମିଟି ତରଫରୁ ଆୟୋଜନ ହୋଇଛି ସୁନ୍ଦର ତୋରଣ ସହ ମଣ୍ଡପ ଏବଂ ମୁଖ୍ୟ ରାସ୍ତା ଠାରୁ ମଣ୍ଡପ ପର୍ଯ୍ୟନ୍ତ ସୁସଜ୍ଜିତ ହୋଇଛି ବିଭିନ୍ନ ପ୍ରକାରର ରଙ୍ଗୀନ ଆଲୋକମାଳା, ଏହି ପୂଜା ପାଇଁ ଅଗଷ୍ଟ ୨୭ ତାରିଖରେ ଶୁଭଖୁଣ୍ଟି ସ୍ଥାପନ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ମାସ ୧୪ ତାତିଖାରୁ ଆରମ୍ଭ ହୋଇଛି ପୂଜା, ଲୋକଙ୍କ ମନୋରଞ୍ଜନ ନିମନ୍ତେ ମୀନା ବଜାର ସହ ବିଭିନ୍ନ ଉଠା ଦୋକାନ ଏବଂ ଲୋକଙ୍କୁ ଅଧିକ ଆକୃଷ୍ଟ କରିବା ନିମନ୍ତେ ପୂଜା ମଣ୍ଡପ ସମ୍ମୁଖରେ ସୁନ୍ଦର ସେଲ୍ଫି ପୋଏଣ୍ଟ କରାଯାଇଛି, ଏହି ପୂଜା ଦୀର୍ଘ ୧୫ ଦିନ ଧରି ଚାଲିବ,ଲୋକ ମାନେ ବହୁ ସଂଖ୍ୟାରେ ଆସୁଛନ୍ତି ଗଣେଶଙ୍କ ଦର୍ଶନ କରିବା ସହ ମୀନା ବଜାର ବୁଲୁ ଛନ୍ତି, ଶାନ୍ତି ଶୃଙ୍ଖଳାର ସହ ପୂଜା ଚାଲିଛି କ୍ଳବ ସଦସ୍ୟ ମାନେ ଓ ପୋଲିସ ପ୍ରଶାସନ ମଧ୍ୟ ସହଯୋଗ କରୁଛନ୍ତି ବୋଲି କମିଟି ସଦସ୍ୟ ମାନେ ସୂଚନା ଦେଇଛନ୍ତି। ସେହିପରି ମୁନିଗୁଡା ଗୌଡ଼ସାହିସ୍ଥିତ ବୀର ବିକ୍ରମ ୟୁଥ କ୍ଳବ ତରଫରୁ ଚଳିତ ବର୍ଷ ପୂଜା ୫୧ତମ ବର୍ଷରେ ପଦାର୍ପଣ କରିଛି। ଯାହାକୁ ନେଇ ପୂଜା କମିଟି ତରଫରୁ ଧୂମଧାମର ସହ ପୂଜା ଆୟୋଜନ କରାଯାଉଛି। ଏଥିସହ ମୁନିଗୁଡାର ସିନେମାହୋଲ ରୋଡ଼ ଗଣେଶ ନଗର, ଟିକରପଡା ପୂଜା କମିଟି,ଖମଣସାହି, ନେତାଜୀ କ୍ଳବ,ବାପୁଜୀ କ୍ଳବ,ଦୁବେ ସାହି ଧୋବାସାହି,ଗୋବର୍ଦ୍ଧନ ସାହି ସହ ବିଭିନ୍ନ ସାହି ଓ ଛକ ମାନଙ୍କରେ ପୂଜା ଅନୁଷ୍ଠିତ ହେଉଛି। ସନ୍ଧ୍ୟାରେ ପୂଜା ମଣ୍ଡପ ମାନଙ୍କରେ ପୁଷ୍ପାଞ୍ଜଳି ସହ ସନ୍ଧ୍ୟା ଆଳତୀ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅର୍ଣ୍ଣ ପ୍ରସାଦର ବ୍ୟବସ୍ତା କରାଯାଉଥିବା ଦେଖାଯାଉଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ