ଝୁଣାବାଡିରେ ବେଆଇନି ମୋରମ ଚାଲାଣ, ଲକ୍ଷା ଲକ୍ଷ ଟଙ୍କାର ରାଜସ୍ୱ ହାନୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତର ଝୁଣାବାଡିରେ ବେଆଇନ ମୋରମ ଚୋରା ଚାଲାଣ ଘଟୁଥିବାରୁ ଲକ୍ଷାଧିକ ଟଙ୍କାର ରାଜସ୍ୱ ହାନୀ ଘଟୁଥିବା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ଗତ କିଛିଦିନ ହେଲା ବାହାର ଅଞ୍ଚଳର କିଛି ମୋରମ ମାଫିଆ ଆସି ଝୁଣାବାଡିର ଏକ ଗ୍ରାମ୍ୟ ଜଂଗଲକୁ ଖୋଳି ଦୈନିକ ୪୦ରୁ ୫୦ଟ୍ରିପ ଲେଖାଏଁ ମୋରମ ବାହାରକୁ ଚୋରା ଚାଳାଣ କରୁଛନ୍ତି । ଏନେଇ ବିରୋଧ କରିବାରୁ ସେମାନଙ୍କୁ ବିଭିନ୍ନ ପ୍ରକାର ଧମକ ଚମକ ଦେଇ ଚୁପ ରହିବାକୁ ବାଧ୍ୟ କରାଯାଉଛି । ଏଣୁ ତହସିଲ କର୍ତ୍ତୁପକ୍ଷ ଏବଂ ପୁଲିସ ଏନେଇ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ