ଟାୱାରରୁ ବ୍ୟାଟେରୀ ଚୋରି ; ଥାନାରେ ଏତଲା
ଦିଗପହଣ୍ଡି, (ୱାଇଏନ୍ଏସ୍): ଦିଗପହଣ୍ଡି ଥାନା ଅଧୀନ ନରସିଂହପୁର ଗ୍ରାମରେ ଥିବା ମୋବାଇଲ ଟାୱାର ରୁ ମୂଲ୍ୟବାନ ବ୍ୟାଟେରୀ ଗୁଡ଼ିକୁ କୌଣସି ଦୁର୍ବୃତ୍ତ ଚୋରି କରି ନେଇଯାଇଛି। ଏନେଇ ମୋବାଇଲ ଟାୱାର ଗୁଡିକୁ ଦେଖାଶୁଣା କରୁଥିବା ଏରିଆ ମ୍ୟାନେଜର ସୂର୍ଯ୍ୟନାରାୟଣ ମାହୁନ୍ତ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଦିଗପହଣ୍ଡି ଥାନା ଆଇ ଆଇ ସି ବସନ୍ତ କୁମାର ସେଠୀ ମାମଲା ନଂ. ୮୫/୨୧ ଦଫା – ୩୭୯ ଆଇ ପି ସି ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି। ଟାୱାର କମ୍ପାନୀ ର ବୈଷୟିକ ସହାୟକ ଏନ୍. ବାଳକୃଷ୍ଣ ରେଡ୍ଡୀ ଉକ୍ତ ଟାୱାର ର ସରଞ୍ଜାମ ମରାମତି ପାଇଁ ଗତ ସୋମବାର ସକାଳେ ଯାଇଥିବା ବେଳେ ବ୍ୟାଟେରୀ ଚୋରି ହୋଇଥିବା ଦେଖିଥିଲେ। ଦୁର୍ବୃତ୍ତ ମାନେ ଟାୱାର ର ନିଷିଦ୍ଧ ଇଲାକାରେ ପଶି ସମୁଦାୟ ୨୪ ଟି ବ୍ୟାଟେରୀ ରୁ ୧୨ ଟି ବ୍ୟାଟେରୀ ନେଇ ଯାଇଥିବା ବେଳେ ଅତି ତରବରିଆ ଭାବେ ଅନ୍ୟ ବ୍ୟାଟେରୀ ଗୁଡ଼ିକୁ ତାଡି ନଷ୍ଟ କରିଥିଲେ ମଧ୍ୟ ନେଇ ପାରିନଥିବା ସମ୍ପର୍କରେ ଏତଲା ରେ ଉଲ୍ଲେଖ ଥିବା ତଦନ୍ତକାରୀ ଅଧିକାରୀ ଏ ଏସ ଆଇ ଗୋବିନ୍ଦ ମଲ୍ଲିକ ଜଣାଇଛନ୍ତି।


