ସାମାଜିକ ସମରସତା ମଂଚ ଭୁବନେଶ୍ୱର ତରଫରୁ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସାମାଜିକ ସମରସତା ମଂଚ, ଭୁବନେଶ୍ୱର ମହାନଗର ତରଫରୁ ସ୍ଥାନୀୟ ଏଜି ଛକସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଛି । ଏହି ଅବସରରେ ସମିତି ତରଫରୁ ମହାନ ଜନନାୟକ ସାମାଜିକ ସମରସତାର ପ୍ରବକ୍ତା ଭାରତ ରତ୍ନ ଡ.ଭୀମରାଓ ରାମୋଜୀ ରାଓ ଆମ୍ବେଦକରଙ୍କ ୧୪୧ ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି । କଳିଙ୍ଗ ନଗର, ଖଣ୍ଡଗିରି ଠାରେ ଭୁବନେଶ୍ୱର ମହାନଗର ନିଗମର ୨୮ ଜଣ ସଫେଇ କର୍ମଚାରୀଙ୍କୁ କୋଭିଡ ଯୋଦ୍ଧା ରୂପେ ସମ୍ମାନିତ କରାଯାଇଛି ।


