ଟିଲୋରେ ଜନ ସଚେତନତା କାର୍ଯ୍ୟକ୍ରମ ଉଦ୍ଯାପିତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ପଞ୍ଚାୟତରେ ବିଜେଡି ପକ୍ଷରୁ ଗତ ୬ ଦିନ ଧରି ଚାଲିଥିବା ଜନ ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଦିବସରେ ସରପଞ୍ଚ ନିହାରିକା ରାଉତଙ୍କ ନେତୃତ୍ୱରେ ଦଳୀୟ କର୍ମୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ କଣ୍ଟାପଡା, ପୋଡାପାଟଣା, ବଉଳସାହି, କରଞ୍ଜପଡା ଆଦି ଗ୍ରାମ ପରିକ୍ରମା କରି ଲୋକ ମାନଙ୍କୁ କରୋନା ଦାଉରୁ ମୁକ୍ତି ପାଇବା ପାଇଁ ସମସ୍ତ ସଚେତନତା କରାଇବା ସହ ମାସ୍କ ଆଦି ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମରେ ରମେଶ ସାହୁ, ସଂଜୟ ପାତ୍ର, ପ୍ରଶାନ୍ତ ରାଉତ, ଦୀଲିପ ଦାସ, ମାନସ ପାତ୍ର, ଅଭିଜିତ୍ ସ୍ୱାଇଁ, ଗେହ୍ଲିମଣି ଗୁରୁ, ରବିନ୍ଦ୍ର ସାହୁ, ପଙ୍କଜ ସାହୁ, ମନୋରମା ସାହୁଙ୍କ ସମେତ ୱାଡ ର୍ସଭ୍ୟ ସଭ୍ୟା ମାନେ ଯୋଗ ଦେଇଥିଲେ ।


