ଟେକ୍ନୋ ‘ସେଗମେଂଟ ଫାଷ୍ଟ ୬.୧’ ଏଚଡି ପ୍ଲସ୍ ଡଟ ନଚ ଡିସପ୍ଲେ
ଏ ଆଇ ଫ୍ରନ୍ଟ ଫ୍ଲାସ ୫୪୯୯ ଟଙ୍କାରେ ନୂତନ ଭାବରେ ସ୍ପାର୍କ ସିରଜ ର ଶୁଭାରମ୍ଭ ଭାରତରେ ଟେକ୍ନୋ ସ୍ପାର୍କ ଗୋ ଏବଂ ଟେକ୍ନୋ ସ୍ପାର୍କ ୪ ଏୟାର ୫୪୯୯ ଓ ୬୯୯୯ ରେ ଉପଲବ୍ଧ ପାର୍ବଣ ଋତୁ ପାଇଁ ଗ୍ରାହକ ମାନଙ୍କୁ ୭୯୯ ଟଙ୍କାର ବ୍ଲୁଟୁଥ୍ ମାଗଣା ଭୁବନେଶ୍ୱର, ୩୦ ଅଗଷ୍ଟ, ୨୦୧୯: ଗତ ମାସରେ ଫ୍ୟାଟଂମ୍-୯ ର ବଜାର ପ୍ରବେଶ ପରେ ସ୍ମାର୍ଟଫୋନ ନିର୍ମାତା ଟେକ୍ନୋ ପକ୍ଷରୁ ଅନ୍ୟ ଏକ ବିଶ୍ୱସ୍ତରୀୟ ଉତ୍ପାଦ ସ୍ପାର୍କ ସିରିଜର ଶୁଭାରମ୍ଭ କରିଛନ୍ତି । ମତବିତ ରେଞ୍ଜରେ ସ୍ମାର୍ଟଫୋନ ବର୍ଗ ପାଇଁ ଟେକ୍ନୋ ପକ୍ଷରୁ ଟେକ୍ନୋ ସ୍ପାର୍କ ଗୋ ୫୪୯୯ ଏବଂ ଟେକ୍ନୋ ସ୍ପାର୍କ ୪ ଏୟାର ୬୯୯୯ରେ ଉପଲବ୍ଧ କରାଯାଇଛି । ଏହି ସ୍ମାର୍ଟଫୋନ ଦ୍ୱୟ ସାରା ଦେଶରେ ୩୫୦୦୦ ରୁ ଉର୍ଦ୍ଧ ଖୁଚୁରା ବିକ୍ରେତାଙ୍କ ପାଖରେ ଉପଲବ୍ଧ ହେବ । ପାର୍ବଣ ଖୁସିକୁ ଦ୍ୱିଗୁଣିତ କରିବା ପାଇଁ ଗ୍ରାହକ ମାନଙ୍କୁ ୭୯୯ ଟଙ୍କାର ବ୍ଲୁଟୁଥ ମାଗଣାରେ ଯୋଗାଇ ଦିଆଯିବ । ୨୦୧୭ ମସିହାରୁ ଆରମ୍ଭ ହେବା ଦିନୁ ଭାରତ ବଜାରରେ ନିଜର ଉପସ୍ଥିତି ସୁଦୃଢ କରିବାରେ ଟେକ୍ନୋ ବ୍ରାଣ୍ଡ ଗ୍ରାହକ ମାନଙ୍କୁ ଉତମ କ୍ୟାମେରା ସହ ଅନ୍ୟାନ୍ୟ ଫିଚର ଥିବା ସ୍ମାର୍ଟଫୋନ ଦେବା ପାଇଁ ଅବିରତ ପ୍ରଚେଷ୍ଟା ଚଳାଇଛି । ଟ୍ରାନସିସନ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅରିଜିତ ତଳପାତ୍ର କହିଛନ୍ତି, ଟେକ୍ନୋ ସର୍ବଦା ଭବିଷ୍ୟତ ଯୋଗ୍ୟ ସ୍ମାର୍ଟଫୋନ ସୁଲଭ ମୁଲ୍ୟରେ ଯୋଗାଇ ଦେବା ପାଇଁ ଚେଷ୍ଟା ଚଳାଇଛି । ପ୍ରତ୍ୟେକ ନୁଆ ଉତ୍ପାଦ ସହ ଆମେ ଉତ୍କୃଷ୍ଟତା ଓ ଗ୍ରାହକ କ୍ରୈନ୍ଦ୍ରିତାର ଶୀର୍ଷ ସୋପାନରେ ପହଂଚିବାକୁ ଚେଷ୍ଟା କରୁଛୁ । ଦ୍ରୁତ ଇଂଟରନେଟ ଏବଂ ବ୍ୟବହାରୀଙ୍କ ସଂଖ୍ୟା ବୃଦ୍ଧି ସହ ଟାୟାର ୩ ସହର ମାନଙ୍କରେ ଉଚ୍ଚ ଗୁଣବତା ଯୁକ୍ତ ଭିଡିଓ ଦେଖିପାରିଲା ଭଳି ଉପକରଣର ଉଲ୍ଲେଖନୀୟ ଅବଦାନ ଅଛି । ଗ୍ରାହକ ମାନଙ୍କ ଚାହିଦାକୁ ନଜରରେ ରଖି ଟେକ୍ନୋ ସ୍ପାର୍କ ଏଂଟ୍ରିଲେବର ରେ ୬.୧ ଇଂଚ ଡଟ ନଚ ଡିସପ୍ଲେ, ଡୁଆଲ ଭୋଲଟ ଏବଂ ଏଆଇ କ୍ଷତା ସମ୍ପନ୍ନ କ୍ୟାମେରା ସହ ଭିଡିଓ ଚାଟ ଫ୍ଲାସ ଯୋଗାଇଦେଉଛି । ସୂଚନାଯୋଗ୍ୟ, ଟେକ୍ନୋ ମୋବାଇଲ୍ ଟ୍ରାନ୍ସସିଅନ୍ ହୋଲଡିଂର ଅଂଶବିଶେଷ । ଏହା ୨୦୦୬ରେ ସ୍ଥାପିତ ହୋଇଥିଲା । ଏହାର ଘରୋଇ ତଥା ଅନ୍ତର୍ଜାତୀୟସ୍ତରରେ ସଫଳତାର ସହିତ କାରବାର ଜାରି ରଖିଛି । ଏହା ବିଶ୍ୱର ୬୦ରୁ ଅଧିକ ଦେଶରେ କାରବାର ଜାରି ରଖିଛି । ଏହା ଆଫ୍ରିକାର ଶ୍ରେଷ୍ଠ ୩ଟି ମୋବାଇଲ୍ ବ୍ରାଣ୍ଡ୍ ମଧ୍ୟରେ ସ୍ଥାନ ହାସଲ କରିପାରିଛି । ଏହା ମାଂଚେଷ୍ଟର ସିଟି ଫୁଟବଲ୍ କ୍ଲବ୍ର ଅଫିସିଆଲ ଟ୍ୟାବଲେଟ୍ ଏବଂ ହ୍ୟାଣ୍ଡ୍ସେଟ୍ ପାର୍ଟନର ଭାବେ କାର୍ଯ୍ୟ କରୁଛି ।


