ଟ୍ରଷ୍ଟ ସହାୟତାର ହାତ ବଢାଇଲା ଅନାଥ ପିଲାଙ୍କୁ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ଚାରିପୋଖରୀଆ ଗ୍ରାମର ସ୍ୱର୍ଗତ ଅମର ବାରିକଙ୍କ ୪ଟି ଅନାଥ ସନ୍ତାନଙ୍କୁ ଶୁଖିଲା ଖାଦ୍ୟ ସହିତ ଆର୍ଥିିକ ସହାୟତା ପ୍ରଦାନ କରାଯାଇଛି । ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ତଥା ସୁଦୂର ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମିରିଟସ ପ୍ରଫେସର ଡଃ. ଦେବେନ୍ଦ୍ର କୁମାର ଦାସଙ୍କ ପରାମର୍ଶ କ୍ରମେ ଟ୍ରଷ୍ଟର ସଂଯୋଜକ ପ୍ରଦିପ କୁମାର ମହାନ୍ତି ଓ ସଦସ୍ୟ ଚିତ୍ତରଞ୍ଜନ ଦାସ ଚାରିପୋଖରିଆ ଗ୍ରାମରେ ପହଞ୍ଚି ସ୍ୱର୍ଗତ ଅମରଙ୍କ ୯ବର୍ଷର ଝିଅ ଲକ୍ଷ୍ମୀପ୍ରିୟା, ୭ବର୍ଷର ଝିଅ ଦେବିକା, ୫ବର୍ଷର ଝିଅ ଆରତି ଓ ୩ବର୍ଷର ପୁଅ ରୁଦ୍ରଙ୍କୁ ଶୁଖିଲା ଖାଦ୍ୟ ଓ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ । ସୁଦୂର ହାଇଦ୍ରାବାଦରେ ମଜୁରୀଆ ଭାବେ କାର୍ଯ୍ୟ କରୁଥିବା ସ୍ୱର୍ଗତ ଅମର ସେଠାରେ ଭଲପାଇ ସତ୍ୟଭାମା ବାହାଦୂର ନାମକ ଯୁବତୀଙ୍କୁ ବିବାହ କରିଥିଲେ । ଉଭୟଙ୍କର ୪ଟି ସନ୍ତାନ ଜନ୍ମ ହୋଇଥିଲେ । ଅମରଙ୍କର ହାଇଦ୍ରାବାଦରେ ଏକ ଦୂର୍ଘଟଣାରେ ମୃତ୍ୟୁ ହୋଇଯିବା ପରେ ତାଙ୍କ ପତ୍ନୀ ସତ୍ୟଭାମା ରାଜନଗରସ୍ଥିତ ଚାରିପୋଖରିଆ ଗ୍ରାମରେ ପିଲାମାନଙ୍କୁ ଛାଡି ଦେଇ ହାଇଦ୍ରାବାଦ ପଳାଇ ଯାଇଥିଲେ । ଏଠାରେ ଅନାଥ ୪ଟି ପିଲାଙ୍କୁ ତାଙ୍କର ଜେଜେ ୬୫ବର୍ଷର ବୃଦ୍ଧ ବ୍ରହ୍ମାନନ୍ଦ ବାରିକ ପାଖରେ ରଖିଛନ୍ତି । ଏହି ଅନାଥ ପିଲାମାନଙ୍କୁ ସହାୟତାର ହାତ ବଢାଇବାକୁ ଟ୍ରଷ୍ଟର ସଂଯୋଜକ ଶ୍ରୀ ମହାନ୍ତି ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ