ଟ୍ରେଜେରୀ ଅମଲା ସଂଘର ନୂତନ କର୍ମକର୍ତ୍ତା ଚୟନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନିଖିଳ ଓଡ଼ିଶା ଟ୍ରେଜେରୀ ଅମଲା ସଂଘ, ଖୋର୍ଦ୍ଧା ଜିଲ୍ଲା ଶାଖାର ସାଧାରଣ ସଭା ତା ୧୮.୦୯.୨୦୨୨ରିଖ ୧୧ ଘଟିକା ସମୟରେ ସ୍ୱତନ୍ତ୍ର କୋଷାଗାର, ଭୁବନେଶ୍ୱରଠାରେ ଶ୍ରୀ ବିଭୂଦତ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଟ୍ରେଜେରୀ କର୍ମଚାରୀଙ୍କ କ୍ୟାଡର ପୁନଃଗଠନ, ନିୟମିତ ବ୍ୟବସ୍ଥାରେ ନିଯୁକ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ବାସଗୃହ ପ୍ରଦାନ ବ୍ୟବସ୍ଥା, ସଂଶୋଧିତ ହାରରେ ଘରଭଡ଼ା ପ୍ରଦାନ, ସରକାରୀ କାର୍ଯ୍ୟରେ ଯାତାୟାତ ଜନିତ ଦୈନିକ ଭତ୍ତା ସଂଶୋଧନ, ସଂଘକୁ ବାସଗୃହ ଯେଗାଣ, ମାର୍ଚ୍ଚ ମାସର ଅତିରିକ୍ତ କାର୍ଯ୍ୟଭାର ତୁଲାଇବା ନିମନ୍ତେ ବିଭାଗୀୟ କର୍ମଚାରୀଙ୍କ ଭଳି ମାସକର ଅନରାରିଅମ ପ୍ରଦାନ, ଜୀବନବୀମାର ଅତିରିକ୍ତ କାର୍ଯ୍ୟ ନିମନ୍ତେ ଭତ୍ତାରେ ବୃଦ୍ଧି ଓ ଚୁକ୍ତିଭିତ୍ତିକ ବ୍ୟବସ୍ଥାର ଉଚ୍ଛେଦ ଆଦି ଦାବି ସମ୍ପର୍କରେ ଆଲୋଚନା ହୋଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦୀର୍ଘଦିନ ହେଲା ପୂରଣ ନହୋଇ ପାରିବା ଯୋଗୁ କ୍ଷୋଭ ପ୍ରକାଶ କରାଯାଇଥିଲା । ଏହି ସାଧାରଣ ସଭାରେ ରାଜ୍ୟ କମିଟିର ପରାମର୍ଶଦାତା ଶ୍ରୀ ସୁଶାନ୍ତ କୁମାର ଦାସ, ସଭାପତି ଶ୍ରୀ ସମର ରଞ୍ଜନ କାନୁନଗୋ, ସାଧାରଣ ସମ୍ପାଦକ ଶ୍ରୀ ଶୁଭେନ୍ଦୁ କୁମାର ରାଉତରାୟ, କୋଷାଧ୍ୟକ୍ଷ ଶ୍ରୀ ସୁବାସ ଚନ୍ଦ୍ର ପାଇକରାୟ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ଓ ଜିଲ୍ଲା ସଂଗଠନକୁ ଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ । ଆଗାମୀ ୨ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରଯାଇ ସଭାପତି ଭାବେ ଶ୍ରୀ ବିଭୂତତ୍ତ ମିଶ୍ର, ଉପସଭାପତି ଶ୍ରୀମତୀ ତପସ୍ୱିନୀ ମିଶ୍ର, ସମ୍ପାଦକ ଶ୍ରୀ ଗୋବର୍ଦ୍ଧନ ପରିଡ଼ା, ସହ ସମ୍ପାଦିକା ଶ୍ରୀମତୀ ପ୍ରଜ୍ଞାସୃତି ମଲ୍ଲିକ, କୋଷାଧ୍ୟକ୍ଷ ସୁଶିଲ କୁମାର ନିଶଙ୍କ ଓ ପରାମର୍ଶଦାତା ଭାବେ ସର୍ବଶ୍ରୀ କୃଷ୍ଣଚନ୍ଦ୍ର ବେହେରା, ସୁଶାନ୍ତ କୁମାର ଦାସ ପ୍ରମୁଖ ନିର୍ବାଚିତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ