ଟ୍ରେନରେ ବାଜିଥାଏ ୧୧ ପ୍ରକାର ହର୍ଣ୍ଣ
ପିଲାଙ୍କଠାରୁ ବୁଢ଼ା ପର୍ଯ୍ୟନ୍ତ ଟ୍ରେନ୍ ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି । ଟ୍ରେନରେ ବାଜୁଥିବା ହର୍ଣ୍ଣ ମଧ୍ୟ ସମସ୍ତେ ଶୁଣିଥିବେ । ହେଲେ ଆପଣମାନେ କେବେ ଧ୍ୟାନ ଦେଇଛନ୍ତି, ଟ୍ରେନରେ କେତେ ପ୍ରକାର ହର୍ଣ୍ଣ ବାଜିଥାଏ । କହିରଖୁଛୁ ଟ୍ରେନରେ ୧୧ ପ୍ରକାର ହର୍ଣ୍ଣ ବାଜିଥାଏ । ତେବେ ଏହି ହର୍ଣ୍ଣ କ’ଣ ସୂଚାଇଥାଏ ଜାଣିବା ସେ ବିଷୟରେ ।
ଗୋଟିଏ ଛୋଟ ହର୍ଣ୍ଣ :
ଗୋଟିଏ ଛୋଟ ହର୍ଣ୍ଣ ବାଜିବା ଅର୍ଥ ଟ୍ରେନଟି ପଟ୍ରି ଉପରକୁ ଆସିଯାଇଛି ଏବଂ ଏହାର ସଫା ସୁତରା କରିବାର ସମୟ ହୋଇଯାଇଛି ।
୨ଟି ଛୋଟ ହର୍ଣ୍ଣ:
ଟ୍ରେନ୍ ଡ୍ରାଇଭର ୨ଟି ଛୋଟ ହର୍ଣ୍ଣ ମାରିଲେ ଏହାର ମାନେ ଟ୍ରେନ୍ ଚାଲିବା ପାଇଁ ରେ‡ି ହୋଇଯାଇଛି ଏବଂ ଡ୍ରାଇଭର ଟ୍ରେନ୍ ଗାର୍ଡଙ୍କୁ ସିଗ୍ନାଲ ବିଷୟରେ ପ୍ରଶ୍ନ କରୁଛନ୍ତି ।
୩ଟି ଛୋଟ ହର୍ଣ୍ଣ : ସାଧାରଣତଃ ଏହି ପ୍ରକାର ହର୍ଣ୍ଣ ଖୁବ୍ କମ୍ ଶୁଣିବାକୁ ମିଳିଥାଏ । ୩ଟି ଛୋଟ ହର୍ଣ୍ଣ ଜରୁରୀକାଳୀନ ସ୍ଥିତିରେ ବଜାଯାଇଥାଏ । ଏହାର ଅର୍ଥ ଟ୍ରେନ୍ ଇଞ୍ଜିନକୁ କଣ୍ଟ୍ରୋଲ କରିବା ଲୋକୋ ପାଇଲଟଙ୍କ କଣ୍ଟ୍ରୋଲ ବାହାରେ । ଏହି ହର୍ଣ୍ଣ ଟ୍ରେନ୍ ଗାର୍ଡ ପାଇଁ ଏକ ସଙ୍କେତ ଯାହାକୁ ସେ ତୁରନ୍ତ ରୋକିବ ।
୪ଟି ଛୋଟ ହର୍ଣ୍ଣ : ଏହାର ଅର୍ଥ ଟ୍ରେନ୍ ଇଞ୍ଜିନ ଖରାପ ଅଛି ଏବଂ ଏହା ଆଉ ଆଗକୁ ଯିବା ସ୍ଥିତିରେ ନାହିଁ ।
ଗୋଟିଏ ଲମ୍ବା, ଗୋଟିଏ ଛୋଟ ହର୍ଣ୍ଣ : ଏହାର ଅର୍ଥ ଇଞ୍ଜିନ ଷ୍ଟାର୍ଟ କରିବା ପୂର୍ବରୁ ଡ୍ରାଇଭର ପାଇପ ସିଷ୍ଟମକୁ ଟେଷ୍ଟ କରିବା ପାଇଁ ଗାର୍ଡଙ୍କୁ ସଙ୍କେତ ଦେଉଛି ।
୨ଲମ୍ବା, ୨ଛୋଟ ହର୍ଣ୍ଣ : ଏହାର ଅର୍ଥ ଟ୍ରେନ୍ ଡ୍ରାଇଭର ଟ୍ରେନ୍କୁ ନିୟନ୍ତ୍ରଣରେ ନେବା ପାଇଁ ଗାର୍ଡକୁ ସଙ୍କେତ ଦେଉଛି ।
ଲଗାତର ବା ଲମ୍ବା ହର୍ଣ୍ଣ ବାଜିବା : ଏହି ପ୍ରକାର ହର୍ଣ୍ଣ ପ୍ଲାଟ୍ଫର୍ମରେ ଛିଡ଼ାହୋଇଥିବା ଯାତ୍ରୀଙ୍କୁ ସତର୍କ କରିବା ପାଇଁ ବଜାଯାଇଥାଏ ।
୨ଥର ରହି ରହି ବାଜୁଥିବା ହର୍ଣ୍ଣ : ଏ ପ୍ରକାର ହର୍ଣ୍ଣ କୌଣସି ଛକ ରାସ୍ତା ବା କ୍ରସିଂରେ ବଜାଯାଇଥାଏ । ଫଳରେ କେହି ରେଳ କ୍ରସିଂ ନିକଟକୁ ଆସିବେ ନାହିଁ ।
୨ ଲମ୍ବା, ଗୋଟିଏ ଛୋଟ ହର୍ଣ୍ଣ : ଏହି ହର୍ଣ୍ଣ ସେତେବେଳେ ବଜାଯାଇଥାଏ ଯେତେବେଳେ ଟ୍ରେନ୍ ଗୋଟିଏ ଟ୍ରାକ୍ ବଦଳାଇ ଅନ୍ୟ ଟ୍ରାକ୍କୁ ଯାଇଥାଏ ।
୨ ଛୋଟ, ଗୋଟିଏ ଲମ୍ବା ହର୍ଣ୍ଣ : ଏପରି ହର୍ଣ୍ଣ କେବଳ ୨ଟି ପରିସ୍ଥିତିରେ ବଜାଯାଇଥାଏ । ଯେତେବେଳେ କେହି ଚେନ୍ ଟାଣନ୍ତି ଏବଂ ଅନ୍ୟଟି ଗାର୍ଡ ଭାକ୍ୟୁମ୍ ପ୍ରେସର ବ୍ରେକ୍ ମାରିଲେ ।
୬ ଥର ଛୋଟ ହର୍ଣ୍ଣ : ଯେତେବେଳେ ଟ୍ରେନ୍ ଡ୍ରାଇଭରଙ୍କୁ କିଛି ଭିନ୍ନ ପ୍ରକାର ଆଭାସ ମିଳିଥାଏ ସେତେବେଳେ ଡ୍ରାଇଭର ଏହି ହର୍ଣ୍ଣ ମାରିଥାନ୍ତି ।


