କ୍ୟାଟ୍ ଫାଇଟ୍ କରନ୍ତି ଶୀତଲ୍ !

ଓଲିଉଡ୍ ଅଭିନେତ୍ରୀ ଶୀତଲ୍ଙ୍କୁ କିଏ ଅବା ନଜାଣେ! ସେ ଦେଖିବାକୁ ପରୀ ଭଳି । ପରଦା ଉପରେ ଖୁବ୍ ସୁନ୍ଦର ଅଭିନୟ ମଧ୍ୟ କରନ୍ତି । ବ୍ୟକ୍ତିଗତ ଜୀବନରେ ଟିକେ ଭାବପ୍ରବଣ ହେଲେ ବି ପରଦାରେ ସବୁ ଚରିତ୍ର ପାଇଁ ସେ ଏକଦମ୍ ଫିଟ୍ । ତରଙ୍ଗ ସିନେ ପ୍ରଡକସନସ୍ ଦ୍ୱାରା ନିର୍ମାଣ ହେଉଥିବା ଫିଲ୍ମ “ମିଷ୍ଟର୍ ମଜ୍ନୁ’ ପାଇଁ ଶୀତଲ୍ ଏବେ ଭାରି ବ୍ୟସ୍ତ ରହୁଛନ୍ତି । ଏହି ଫିଲ୍ମରେ ସେ ଲିଡ୍ ଚରିତ୍ରରେ ଅଭିନୟ କରୁଛନ୍ତି । ତାଙ୍କ ବିପକ୍ଷରେ ଅଛନ୍ତି ଚକୋଲେଟ୍ ବୟ ବାବୁସାନ୍ । ଏହି ଫିଲ୍ମରେ ଶୀତଲଙ୍କ ବ୍ୟତୀତ ଆଉ ଦୁଇ ଜଣ ନାୟିକା ମଧ୍ୟ ଲିଡ୍ ରୋଲରେ ଅଭିନୟ କରୁଛନ୍ତି । ସେମାନେ ହେଲେ ଅଭିନେତ୍ରୀ ସୂର୍ଯ୍ୟମୟୀ ଏବଂ ଦିବ୍ୟା ।
ଗୋଟିଏ ଫିଲ୍ମରେ ତିନି ନାୟିକା ଥିବାରୁ କ୍ୟାଟ୍ ଫାଇଟ୍ ହୁଏ କି ବୋଲି ପଚରା ଯିବାରେ ଶୀତଲ୍ କହିଛନ୍ତି ଯେ ସେ ଅନ୍ୟ ହିରୋଇନ୍ ମାନଙ୍କ ସହ ବହୁତ ଭଲ ଭାବେ ମିଶନ୍ତି । ହିରୋଇନ୍ ମାନଙ୍କ ମଧ୍ୟରେ ବହୁତ କ୍ୟାଟ୍ ଫାଇଟ୍ ହୁଏ । କିନ୍ତୁ ସେ ଏଭଳି ଫାଇଟକୁ ପସନ୍ଦ କରନ୍ତି ନାହିଁ । ଜଣେ ଅନ୍ୟ ଜଣଙ୍କୁ ସାହାଯ୍ୟ କରି ଆଗକୁ ଚାଲିବାରେ ସେ ବିଶ୍ୱାସ କରନ୍ତି । ସେହିପରି ସେ ଫାଇଟ୍ ଅପେକ୍ଷା ବନ୍ଧୁତାରେ ବିଶ୍ୱାସ କରନ୍ତି ବୋଲି କହିଛନ୍ତି । ସୂଚନା ଅନୁଯାୟୀ, “ମିଷ୍ଟର୍ ମଜ୍ନୁ’ ଫିଲ୍ମ ଦଶହରାରେ ରିଲିଜ୍ ହେବାକୁ ଯାଉଛି । ଏହି ଫିଲ୍ମ ମାଧ୍ୟମରେ ତରଙ୍ଗ ସିନେ ପ୍ରଡକସନ୍ସ ସହ ପ୍ରଥମ ଥର କାମ କରୁଛନ୍ତି ଶୀତଲ୍ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଶୋକ ପତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ