ଟ୍ୱିଟ କଲେ ଜିଲ୍ଲାପାଳ ସହାୟତାର ହାତ ବଢାଇଲେ ଉପଜିଲ୍ଲାପାଳ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ଗ୍ରାମାଞ୍ଚଳ ରେ ଏବେବି ଲୁଚି ରହିଛି କଳାକୃତି।କଳା ର ଅନ୍ୱେଷଣ ପାଇଁ ସରକାର ବିଭିନ୍ନ ମାଧ୍ୟମରେ ଟଙ୍କା ଖର୍ଚ୍ଚକରିଥାନ୍ତି।ପ୍ରତିଭା କୁ ପରିପ୍ରକାଶ କରି ଲୋକଲୋଚନ କୁ ଆଣିବାପାଇଁ ଉଦ୍ୟମ କରିଥାନ୍ତି।ହେଲେ ଗ୍ରାମାଞ୍ଚଳ ରେ ଏମିତି ପ୍ରତିଭାବାନ ଲୁକାଇତ ଭାବେ ରହିଯାଇଛି।ଜଣେ ଭିନ୍ନକ୍ଷମ ଛାତ୍ର ନିଜର କଳା କୁ ଗୋଡ଼ ରେ ଆଙ୍କି ଚକିତ କରିଛନ୍ତି ଓ ଜିଲ୍ଲାପାଳ ଟ୍ୱିଟ କରିଛନ୍ତି।ଯାହା ଫଳରେ ଉପଜିଲ୍ଲାପାଳ ସହାୟତା ର ହାତ ବଢ଼ାଇଛନ୍ତି।ସାନଖେମୁଣ୍ଡି ବ୍ଲକ ଚୁଡଙ୍ଗପୁର ଗ୍ରାମପଞ୍ଚାୟତ ବିରଞ୍ଚି ବାଡ଼ତ୍ୟ (୧୭) ବାପା ପ୍ରକାଶ ବାଡ଼ତ୍ୟ ମା ଜୋଛନା ବାଡ଼ତ୍ୟ ଭଉଣୀ ଶୀତଳ ବାଡ଼ତ୍ୟ।ପରିବାର କହିଲେ ୪ଜଣ।ଘର ଖଣ୍ଡିଏ ନାହିଁ,ଦାଦା ଙ୍କ ଘରେ ରହି ଭରଣେ ଜାମି ଚାଷ କରି ପରିବାର ପରିପୋଷଣ କରୁଛନ୍ତି।ପୁଅ ଜନ୍ମ ରୁ ଭିରଣକ୍ଷମ। ସିଙ୍ଗିପୁର ଆଇ ଘରେ ରହି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ଷଷ୍ଠ ଶ୍ରେଣୀ ରୁ ଓଡିଶା ଆଦର୍ଶ ବିଦ୍ୟାଳୟ ରେ ନାମ ଲେଖାଇଥିଲେ।ଭଲ ପାଠ ପଢି ଦଶମ ଶ୍ରେଣୀ ରେ ୮୫% ମାର୍କ ରଖିଥିଲେ।ସେ ପଞ୍ଚମ ଶ୍ରେଣୀ ରୁ ଚିତ୍ର ଆଙ୍କି ସେ ଜଣେ ଉଚ୍ଚକୋଟୀର କଳା ପ୍ରଦର୍ଶନ ପାଇଁ ଉଦ୍ୟମ କରିଛନ୍ତି ବିରଞ୍ଚି।ପୋଡାମାରି ଗ୍ରାମ ର ଅମର ନାୟକ (ଚିତ୍ରଙ୍କନ ଶିକ୍ଷକ) ଙ୍କ ପ୍ରେରଣା ରେ କଳା କୁ ଆପଣେଇ କୃତିଲାଭ କରି ୨୦୨୧୮ ମସିହା ରେ ମନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଠାରୁ ପୁରସ୍କୃତ ହୋଇଥିବାବେଳେ,୨୦୨୧୮ ରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ ଠାରୁ ପୁରସ୍କୃତ ହୋଇଥିଲେ। ଅଭାବ ଅନାଟନ ମଧ୍ୟ ରେ କଳା ପ୍ରତି ଆକୃଷ୍ଟ ଏବଂ +୨ ରେ ନାମ ଲେଖାଇବା ପାଇଁ ଆର୍ଥିକ ସ୍ଥିତି ଖରାପ ସମ୍ବଳ ନଥିବା ବେଳେମିଳୁଥିବା ଭିନ୍ନକ୍ଷମ ଭତ୍ତା,ଏବଂ କରଜ କରି ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ ରେ ନାମ ଲେଖାଇଥିବା କହିଛନ୍ତି ବିରଞ୍ଚି। ନିର୍ବାଚ ନସଚେତନତା କାର୍ଯ୍ୟକ୍ରମ ପାଇଁ ଉପଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ବିଭିନ୍ନ କଲେଜ ଗୁଡ଼ିକ ରେ କୁଇଜ,ପ୍ରବନ୍ଧ,ଚିତ୍ରଙ୍କନ ହୋଇଥିଲା।ଭିନ୍ନକ୍ଷମ ଛାତ୍ର ଗୋଡ଼ରେ ଚିତ୍ରଙ୍କନ କରି ସମସ୍ତ ଙ୍କୁ ଚକିତ କରିଥିଲା।କଲେଜ ର ଅଧକ୍ଷ ମହେଶ ଚନ୍ଦ୍ର ଦାସ ଉପଜିଲ୍ଲାପାଳ ଙ୍କ ପାଖକୁ ଆଙ୍କିଥିବା ଚିତ୍ର ପଠାଇଥିଲେ।ଉପଜିଲ୍ଲାପାଳ ଜିଲ୍ଲାପାଳଙ୍କୁ ପଠାଇବାପରେ ଜିଲ୍ଲାପାଳ ଟ୍ୱିଟ କରିଥିଲେ।ଏହାପରେ ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତିଭାସନ ସାନଖେମୁଣ୍ଡି ତହସିଲଦାର ଡ଼.ଶ୍ରୀନିବାସ ବେହେରା ,ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ ରେ ପହଞ୍ଚି ପ୍ରତିଭାବାନ ବିରଞ୍ଚି ବାଡ଼ତ୍ୟ ଙ୍କ ସମସ୍ୟା ପଚାରିବୁଝିଥିଲେ। ଚିତ୍ରଙ୍କନ ପାଇଁ ଯାହା ଆବଶ୍ୟକୀୟ ସାମଗ୍ରୀ ଏବଂ ରହିବାକୁ ଆବାସ ଯୋଜନା ସ୍ମାର୍ଟଫୋନ ,ସରକାରୀ ସାହାଯ୍ୟ ଦେବାପାଇଁ ପ୍ରତିଶୃତି ଦେଇଥିଲେ।କଳାକୃତି ରେ ଉଲେଖନୀୟ ପ୍ରଦର୍ଶନ ପାଇଁ ଜାନୁୟାରୀ ୨୨ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ବ୍ରହ୍ମପୁର ଙ୍କ କାର୍ଯ୍ୟାଳୟ ରେ ବିରଞ୍ଚି ବାଡ଼ତ୍ୟ ପୁରସ୍କୃତ ହେବେବୋଲି ଜଣାପଡିଛି।ଉପଜିଲ୍ଲାପାଳ ଙ୍କ କଲେଜ ଗ୍ରସ୍ତ ସମୟ ରେ ଅଧକ୍ଷ ମହେଶ ଚନ୍ଦ୍ର ଦାସ ,ଅଧ୍ୟାପକ ଡ଼,କୈଳାସ ଚନ୍ଦ୍ର ସ୍ବାଇଁ ଏବଂ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା କର୍ମଚାରୀ ଉପସ୍ଥିତଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ