ଠକେଇର ଶିକାର ହେଲେ ଦୂତି
ଭୁବନେଶ୍ୱର : ଦୌଡ ରାଣୀ ଦୂତୀ ଚାନ୍ଦଙ୍କୁ ଠକିଦେଲା ସ୍ୱିଗି । ଏନେଇ ଟୁଇଟରେ ଏକ ଫଟୋ ସେୟାର କରି ଦୂତି କହିଛନ୍ତି , ଆଉ ସ୍ୱିଗିରୁ ଖାଦ୍ୟ ଅର୍ଡର କରିବିନି । ଏହାର ଖାଦ୍ୟର ମାନ ଅତି ନିମ୍ନ । ଦୂତିଙ୍କ ଏଭଳି ଟୁଇଟ ଦେଖିବା ପରେ ସ୍ୱିଗି କେୟାର ପକ୍ଷରୁ ମଧ୍ୟ ସ୍ପଷ୍ଟୀକରଣ ରଖାଯାଇଛି । ଏଥିରେ କୁହାଯାଇଛି ଆପଣ ନିମ୍ନ ମାନର ଖାଦ୍ୟ ପାଇଥିବାରୁ ଆମେ ଦୁଃଖିତ। ଫୋନ କରି ଆମେ ଆପଣଙ୍କ ସମସ୍ୟାର ସମାଧାନ ଖୁବ ଶୀଘ୍ର କରିଦେବୁ । ସେହିପରି ଦୂତୀ ଚାନ୍ଦଙ୍କୁ ଫଲୋ କରୁଥିବା ବ୍ୟକ୍ତିମାନେ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି । ରି-ଟୁଇଟ କରି ଜଣେ ଫଲୋର୍ସ ଲେଖିଛନ୍ତି ସ୍ୱିଗି ଅର୍ଡରରେ ଯେଉଁ ବିରିୟାନି ଆସୁଛି ତାହା ଅଧା ପୋଡା ।


