କାର୍‌ ଆକାରର କଇଁଚର ମିଳିଲା ଜୀବାଶ୍ମ

ୱାଶିଂଟନ୍‌ : ଦକ୍ଷିଣ ଆମେରିକାର କଲମ୍ବିଆର ତାତାକୋଆ ମରୁଭୂମିରେ ବୈଜ୍ଞାନିକଙ୍କୁ ସବୁଠାରୁ ବଡ଼ କଇଁଚର ଜୀବାଶ୍ମ ମିଳିଛି । ଏହାର ଲମ୍ବ ୧୩ ଫୁଟ(୪ ମିଟର) ଏବଂ ଓଜନ ପାଖାପାଖି ୨.୫ ଟନ୍‌ ହେବ ବୋଲି ଅନୁମାନ କରାଯାଉଛି । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ଉତ୍ତର-ଦକ୍ଷିଣ ଆମେରିକାରେ ୧.୩ କୋଟି ବର୍ଷ ପୂର୍ବେ ଏହି ପ୍ରଜାତିର କଇଁଚ ଦେଖାଯାଉଥିଲେ । ବୈଜ୍ଞାନିକମାନେ ଏହାର ନାମ ‘ଷ୍ଟୁପେନ୍ଦାଇମ୍‌ ଜିଓଗ୍ରାଫିକସ୍‌’ ନାମ ଦେଇଛନ୍ତି । ଏହାର ସନ୍ଧାନ ଦକ୍ଷିଣ ଆମେରିକାର କଲୋମ୍ବିଆର ତାତାକୋଆ ମରୁଭୂମି ଏବଂ ଭେନେଜୁଏଲାର ଓରୁମାକୋ କ୍ଷେତ୍ରରେ କରାଯାଇଛି । ଏହି ପ୍ରଜାତିର ନର କଇଁଚଙ୍କ ଖୋଳପାର ସମ୍ମୁଖ ଦୁଇ ଭାଗରେ ଶିଙ୍ଘ ରହିଥିବା ଦେଖାଯାଇଛି । ବୋଗୋଟାର ଜୀବାଶ୍ମ ବୈଜ୍ଞାନିକ ଏଡୱିନ୍‌ କେଡେନା ଏହି ଜୀବାଶ୍ମର ଅଧ୍ୟୟନ କରୁଛନ୍ତି । ସିଗୋଇଙ୍ଗଆକ୍ରିଲୋନ ପରେ ଷ୍ଟୁପେନେ୍ଦମି ବିଶ୍ୱର ସବୁଠାରୁ ବଡ଼ କଇଁଚ ଅଟେ । ଏହା ୭ କୋଟି ବର୍ଷ ପୂର୍ବେ ଡାଇନୋସର୍‌ ଯୁଗର ଶେଷ ଭାଗରେ ଦେଖାଯାଉଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଷ୍ଟପେନେ୍ଦମିର ପ୍ରଥମ ଜୀବାଶ୍ମ ୧୯୭୦ରେ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ