ଡଙ୍ଗାଚୁଆରୁ ବିଶାଳକାୟ ଅହିରାଜ ସାପ ଉଦ୍ଧାର
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ଡଙ୍ଗାଚୁଆ ଗ୍ରାମରୁ ଏକ ବିଶାଳକାୟ ଅହିରାଜ ସାପ ଉଦ୍ଧାର କରାଯାଇଛି । ସୁଚନାରୁ ଜଣାଯାଇଛି ଆଜି ସକାଳେ ରଜ ପାଇଁ ଦୋଳି ପକାଇବାକୁ ଡଙ୍ଗାଚୁଆ ଗ୍ରାମର କିଛି ଲୋକ ନିକଟସ୍ଥ ତେନ୍ତୁଲି ଗଛ ନିକଟକୁ ଯାଇଥିଲେ । କିନ୍ତୁ ଗଛରେ ଏକ ବିରାଟ ସାପ ଥିବା ଦେଖି ଭୟଭୀତ ହୋଇ ପଳାଇ ଆସିବାସହ ତୁରନ୍ତ ବନ ବିଭାଗକୁ ଜଣାଇଥିଲେ । କିଛି ବ୍ୟକ୍ତି ଏନେଇ ଭଦ୍ରକର ବିଶିଷ୍ଟ ସାପ ଧରାଳୀ ସେକ ମିର୍ଜାଙ୍କୁ ଡକାଇଥିଲେ । ସେ ପହଞ୍ଚିବାପରେ ବନ ବିଭାଗ ସହଯୋଗରେ ୧୫ଫୁଟରୁ ଉର୍ଦ୍ଧ ଲମ୍ବ ବିଶିଷ୍ଟ ଏହି ସାପଟିକୁ ଅକ୍ଷତ ଅବସ୍ଥାରେ ଗଛରୁ ଉଦ୍ଧାର କରି ହଦଗଡ ବନାଞ୍ଚଳରେ ଛାଡି ଥିବା ସୁଚନା ମିଳିଛି ।


