ଡ଼୍ରିମ୍ସ୍ ଡ଼୍ୟାନ୍ସ୍ ଏକାଡେମୀର ଦାଣ୍ଡିଆ ନୃତ୍ୟର ତାଳେ ତାଳେ ଝୁମିଲେ ଛତ୍ରପୁର ବାସି

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଡ଼୍ରିମ୍ସ୍ ଡ଼୍ୟାନ୍ସ୍ ଏକାଡେମୀର ଯୁବ ନୃତ୍ୟ ନିର୍ଦ୍ଦେଶକ ପୁର୍ଣ୍ଣଜୟ ଜେନାଙ୍କ ତତ୍ତ୍ବାବଧାନରେ ଛତ୍ରପୁର ସହରରେ ପ୍ରଥମ ଥର ପାଇଁ ମୁକ୍ତ ମଞ୍ଚରେ ପଵିତ୍ର ନବରାତ୍ରୀ ଉପଲକ୍ଷେ ଦାଣ୍ଡିଆ ନୃତ୍ୟ ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ୍ ରୁମ୍ ପଡିଆରେ ଅନୁଷ୍ଠିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଛତ୍ରପୁର ଅଞ୍ଚଳର ପ୍ରାୟ ୩୦୦ରୁ ଉର୍ଧ୍ଵ ଯୁବକ, ଯୁବତୀ, ଶିଶୁ ମାନେ ଦାଣ୍ଡିଆ ନୃତ୍ୟ ପରିଵେଷଣ କରିଥିଲେ । କାର୍ଯ୍ୟମରେ ମୁଖ୍ୟ ଅତିଥି ରୂପେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ଟ୍ରଷ୍ଟି ତଥା ସେକ୍ରେଟାରୀ ଏସ ବିଶ୍ୱନାଥନ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିବା ବେଳେ ସମ୍ମାନିତ ଅତିଥି ରୁପେ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଛତ୍ରପୁର ପ୍ରେସ୍ କ୍ଲଵ୍ ସଭାପତି ପ୍ରଶାନ୍ତ ମହାରଣା, ଶଙ୍କର ଚକ୍ଷୁ ଚିକିତ୍ସାଳୟର ସିଇଓ ଜେ. ବାବୁ,ଆଇନ ପରାମର୍ଶଦାତା ବି. ଶ୍ରୀନିବାସ, ଶଙ୍କର ଚକ୍ଷୁ ଚିକିତ୍ସାଳୟ ପାମଲ (ଚେନାଇ )ସିଇଓ ମୁଥୁକୁମାର,ଛତ୍ରପୁର ୨୦ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ତଥା ରୋଟେରିଆନ୍ ଏମ୍. ଧନଞ୍ଜୟ ରେଡ୍ଡୀ, ଛତ୍ରପୁର ସହରର ଯୁବ ଆଇନଜୀବୀ ତଥା ରୋଟେରିଆନ୍ ସୁରଜିତ ସାମନ୍ତରାୟ, ଯୁବ ସମାଜସେବୀ କେ. ଚନ୍ଦ୍ର ଶେଖର ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ମଧୁସୂଦନ ମିଶ୍ର ଓରଫ ଆନ୍ନା କମେଡି , ପ୍ରିତି ରଞ୍ଜନ ପ୍ରଧାନ ଓରଫ ବେକାରିଆ ନୁକ କମେଡି ଏଵଂ ହାସ୍ୟ କଳାକାର ସପନ ସାର କାର୍ଯ୍ୟକ୍ରମ ରେ ଯୋଗ ଦେଇ ଦର୍ଶକ ମାନଙ୍କୁ ମନୋରଞ୍ଜଜିତ କରିଥିଲେ । କାର୍ଯ୍ୟକ୍ରମ କୁ ଉପସ୍ଥାପନା ତଥା ପରିଚାଳନା କରିଵାରେ ଆଙ୍କର୍ ତୁଷାର ରଞ୍ଜନ ଶତପଥୀ ଓ ଯୁବ ଜୋତିଷ ଦୀପକ କୁମାର ଦାଶ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ କାଳିଆ ଵେହେରା, ୟୁଟୁବର ଲିପୁନ୍, ବ୍ଲଗର ବିନେଶ, ସମାଜସେବୀ ଏ.ରାବଣା ରାଓ ଏବଂ ଅନ୍ୟାନ୍ୟ ବ୍ୟକ୍ତି ମାନେ ସହଯୋଗ କରିଥିଲେ । ଶେଷରେ ଅନୀମା ସେନାପତି ଧନ୍ୟବାଦ ଅର୍ପଣ କରି ଆଗକୁ ଛତ୍ରପୁର ସହରରେ ଏମିତି ଅନେକ କାର୍ଯ୍ୟକ୍ରମ ଅନୁଷ୍ଠାନ ତରଫରୁ କରାଯିବ ବୋଲି ସମସ୍ତ ଦର୍ଶକ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ