ଡେଙ୍ଗାପଦରରେ ଆଣ୍ଟିଜେନ୍ ଶିବିର, ୧୨୦ ନମୁନା ସଂଗ୍ରହ

ଶେରଗଡ଼,(ବିଭୁ ପ୍ରସାଦ ଦାଶ): ଶେରଗଡ଼ ବ୍ଲକ ଡେଙ୍ଗାପଦର ଗ୍ରାମ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶେରଗଡ଼ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆଣ୍ଟିଜେନ୍ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି କାର‌୍ୟ୍ୟକ୍ରମରେ ବିଡ଼ିଓ ସୁରଞ୍ଜନ ସାହୁ ଙ୍କ ଉପସ୍ଥିତରେ ଶୁଭାରମ୍ଭ ହୋଇଛି। ଅନ୍ୟ ଗ୍ରାମଗୁଡିକରେ ଲୋକମାନେ ଟେଷ୍ଟ କରିବାକୁ ଭୟ କରୁଥିବା ବେଳେ ଡେଙ୍ଗାପଦର ଗ୍ରାମରେ କିଛି ଅଲଗା ଦେଖିବାକୁ ମିଳିଥିଲା ଓ ଲୋକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା। ସରପଞ୍ଚ ଓ ଗ୍ରାମର ବୁଦ୍ଧିଜୀବୀ ମାନେ ୧୫୦ ରୁ ଉର୍ଦ୍ଧ୍ବ ଟେଷ୍ଟ କରାଯିବା ନେଇ ପ୍ରୟାସ କରିଥିଲେ କିନ୍ତୁ ସମୟ ଅଭାବରୁ ସଂଖ୍ୟା ୧୨୦ ରେ ଅଟକି ଗଲା। ଜିଲ୍ଲାପାଳ ଓ ସ୍ଥାନୀୟ ପ୍ରଶାସନ ଙ୍କ ନିର୍ଦ୍ଦେଶ ପ୍ରକାରେ ଅଞ୍ଚଳରେ ଅଧିକ ଲୋକଙ୍କ ସ୍ୱାବ ନମୁନା ପରୀକ୍ଷା କରାଯାଇ ଚିକିତ୍ସା ପାଇଁ ଗୁରୁତ୍ୱ ଦେବା ନେଇ ସୂଚନା ମିଳିଛି। ଡେଙ୍ଗାପଦର ପଞ୍ଚାୟତର ସରପଞ୍ଚ ରାମକୃଷ୍ଣ ପୋଲାଇ,ସମାଜସେବୀ ଅଲେଖ କୁମାର ସ୍ୱାଇଁ,ଶ୍ୟାମସୁନ୍ଦର ପ୍ରଧାନ,ୱାର୍ଡ ସଭ୍ୟ ପ୍ରଶାନ୍ତ କୁମାର ସେଠୀ, ଯୁବ ଗୋଷ୍ଟି ବିପ୍ଳବ ସେଠୀ, ତୋଫାନ ସେଠୀ, ଆର ଭୀଷ୍ମ ନାଟୁଆ,ସୀମାଞ୍ଚଳ ସେଠୀ ପ୍ରମୁଖ ଉପସ୍ଥିତ ଥିବା ସହ ଲୋକମାନଙ୍କୁ ଟେଷ୍ଟ ସଂଖ୍ୟା ବୃଦ୍ଧି କରିବା ବିଷୟରେ ଆଲୋଚନା କରି ଉତ୍ସାହିତ କରିଥିଲେ। ପ୍ରତିଦିନ ବ୍ଲକର ଗୋଟିଏ ଲେଖାଏଁ ପଞ୍ଚାୟତରେ ଏଭଳି ଆୟୋଜନ ହେଉଥିବା ବେଳେ ଆଜି ଡେଙ୍ଗାପଦର ଗ୍ରାମପାୟତରେ ମଧ୍ୟ ଏହି କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ