ଡେଣା ଥିବା ପୋଷାକ ପିନ୍ଧି ଚର୍ଚ୍ଚାରେ ଡ୍ରିଜାନା ଲିତକେ

ମଣିଷ ସବୁବେଳେ କଳ୍ପନା ଦୁନିଆରେ ହଜିଯିବାକୁ ଭଲପାଏ । ସେଇଥିପାଇଁ ତ ସୁପରମ୍ୟାନ୍, ସ୍ପାଇଡରମ୍ୟାନ୍ ଭଳି ସୁପର୍ ପାୱାର ଥିବା ଚରିତ୍ର ସବୁବେଳେ ମଣିଷକୁ ଆକୃଷ୍ଟ କରିଆସିଛି । ତେଣୁ ଆଜିକାଲି କସ୍ ପ୍ଲେ ବା କଷ୍ଟୁମ୍ ପ୍ଲେ ପାର୍ଟି ଲୋକପ୍ରିୟ ହେବାକୁ ଲାଗିଛି । ଯେଉଁଥିରେ ଲୋକଙ୍କୁ ବିଭିନ୍ନ କାଳ୍ପନିକ ଚରିତ୍ରର ପୋଷାକ ପିନ୍ଧି ଆସିବାକୁ ହୋଇଥାଏ । ଏହା ଏବେ ଏକ ଟ୍ରେଣ୍ଡ ପାଲଟିଗଲାଣି । ତେବେ ନିକଟରେ ଜଣେ ଯୁବତୀ ଚଳଚ୍ଚିତ୍ର ମେଲଫିସେଣ୍ଟରେ ଆଞ୍ଜେଲିନା ଜାଲି ଯେମିତି ଭାବେ ଡେଣା ଥିବା ପୋଷାକ ପିନ୍ଧିଥିଲେ ସେହିଭଳି ପୋଷାକ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି । ତେବେ ଚର୍ଚ୍ଚାର ବିଷୟ ହେଉଛି ଯେ, ସେ ତିଆରି କରିଥିବା ଏହି ପୋଷାକରେ ଲାଗିଥିବା ଡେଣାଟି ପକ୍ଷୀର ଡେଣା ଭଳି ହଲିପାରେ । ସେପୁଣି ଯେତେବେଳେ ଚାହିଁବେ ତାକୁ ହଲାଇପାରିବେ । ଡ୍ରିଜାନା ଲିତକେ ନାମ୍ନୀ ଏହି ଯୁବତୀ ଜଣଙ୍କ ଉକ୍ତ ପରୀ ରାଇଜର କଥା ଭଳି ପୋଷାକଟିକୁ ତିଆରି କରିଛନ୍ତି । ଯେଉଁଥିରେ ବାସ୍ତବ ଲାଗୁଥିବା ଭଳି ପକ୍ଷୀର ଡେଣା ସଂଯୁକ୍ତ ହୋଇଛି । ଡେଣାରେ ଲାଗିଛି ପକ୍ଷୀର ଡେଣା ଭଳି ଅସଂଖ୍ୟ ପର । ଆଉ ସବୁଠୁ ବଡ଼ କଥା ହେଉଛି ସେ ତା’କୁ ନିଜ ମନ ମୁତାବକ ଚଢ଼େଇର ଡେଣା ଭଳି ହଲାଇ ପାରନ୍ତି । ଖାସ୍କରି ଏହି ଡେଣା ପାଇଁ ଏବେ ସେ ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚିତ, ଯାହାକୁ ତିଆରି କରିବାକୁ ତାଙ୍କୁ ୧୦୦ ଘଣ୍ଟା ସମୟ ଲାଗିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ