ତପ୍ତପାଣି ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ – ଗଜପତି ସୀମାନ୍ତ ପାଟପୁର ଥାନା ଅର୍ନ୍ତଗତ ତପ୍ତପାଣି ଘାଟିରେ ବୁଧବାର ଅପରାହ୍ନରେ ଏକ ଚାଉଳ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ କେହି ଆହତ ହୋଇନଥିବା ଜଣାପଡ଼ିଛି । ଖବର ପ୍ରକାରେ, ଆଜି ଅପରାହ୍ନ ୩ ଘଣ୍ଟା ସମୟରେ ଟ୍ରକଟି ରାୟଗଡ଼ାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସମୟରେ ତପ୍ତପାଣି – ବେଲଗଡ ଘାଟି ରାସ୍ତାରେ ଚାଳକ ନିୟନ୍ତ୍ରଣ ହରାଇବା ଫଳରେ ଗାଡି ଘାଟି ତଳକୁ ଓଲଟି ପଡିଥିଲା । ଘଟଣାସ୍ଥଳରେ ଉଭୟ ଚାଳକ ଓ ହେଲପର କୌଶଳକ୍ରମେ ଡେଇଁ ନିଜ ଜୀବନ ବଞ୍ଚାଇ ପାରିଥିବା ବେଳେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନିର୍ଦ୍ଦେଶକ୍ରମେ ପୋଡାମାରୀ ଫାଣ୍ଡି ଅଧିକାରୀ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।


