ତରଡିପାଳରେ ରାଜନୈତିକ ନେତୃମଣ୍ଡଳୀଙ୍କ ସମାବେସ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସମାଜସେବାକୁ ବ୍ରତ ଭାବରେ ଗ୍ରହଣ କରି ଦୀର୍ଘ ଦୁଇ ଦଶନ୍ଧି ହେବ ଓଡିଆ ମହାମଞ୍ଚ ଜରିଆରେ ସେବା ପ୍ରଦାନ କରୁଥିବା ତରଡିପାଳ ଗ୍ରାମର ଗୋବର୍ଦ୍ଧନ ଧଳ ଇତି ମଧ୍ୟରେ ବହୁ ପ୍ରଶଂଶା ସାଉଁଟି ସାରିଲେଣି । ମହାମାରୀ କରୋନା କାଳରେ ବିନା ସରକାରୀ ପ୍ରୋତ୍ସାହନରେ ଶ୍ରୀ ଧଳ ନିରବଛିନ୍ନ ଭାବରେ ବର୍ଷ ତମାମ ଓଡିଆମାନଙ୍କ ପାଇଁ ଅନେକ ସହାୟତା ପ୍ରଦାନ କରିଛନ୍ତି । ନିଜ ସଂଗଠନ ଓଡିଆ ମହାମଞ୍ଚ ପକ୍ଷରୁ ବୋଇତବନ୍ଦାଣ ଉତ୍ସବ ମଧ୍ୟ କରୁଛନ୍ତି । ଓଡିଶା ସରକାରଙ୍କ ଦିଲ୍ଲୀରେ ଆୟୋଜିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଅଗ୍ରଣୀ ଭୂମିକା ନେଇଥାନ୍ତି ଶ୍ରୀ ଧଳ । ବୋଧହୁଏ ଏହିସବୁ ମହନତା ଗୁଣ ପାଇଁ ସମାଜସେବୀ ଗୋବର୍ଦ୍ଧନ ଧଳଙ୍କ ମାତା ଲବଙ୍ଗଲତା ଦେବୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ରାଜନୈତିକ ନେତୃମଣ୍ଡଳୀ ଏହି ବ୍ୟକ୍ତିତ୍ୱଙ୍କର ଭୂୟିୟସୀ ପ୍ରଶଂସା କରିବା ସହିତ ଦିବଗଂତ ଲବଙ୍ଗଲତା ଧଳଙ୍କ ପରି ମା ଅନନ୍ୟ ଏବଂ ଗୋବର୍ଦ୍ଧନ ଧଳଙ୍କ ପରି ଯୋଗ୍ୟ ପୁଅ ଜନ୍ମଦେଇ ଏଅଞ୍ଚଳକୁ ଗର୍ବିତ କରିଛନ୍ତି । ପ୍ରାକ୍ତନ ପ୍ରଧାନ ଶିକ୍ଷକ ରାଜକୁମାର ବିଶ୍ୱାଳଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ସାଂସଦ ସୁବାଷ ସିଂ, ପ୍ରାକ୍ତନ ସାଂସଦ ତଥା କବି ଡଃ. ପ୍ରଶନ୍ନ ପାଟ୍ଟଶାଣୀ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପ୍ରାକ୍ତନ ବିଧାୟକ ରାଧାକାନ୍ତ ସେଠୀ, ବିଜେପି ନେତା ଭୂବନମୋହନ ଜେନା, କଂଗ୍ରେସ ମୁଖପାତ୍ର ଅମୀୟ ପାଣ୍ଡବ, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ଦିଲ୍ଲୀର ସମାଜ ପ୍ରତିନିଧି କିଶୋର ଦ୍ୱିବେଦୀ, ଭୂବନେଶ୍ୱର ବରିଷ୍ଠ ନାଗରିକ ମଞ୍ଚର ସଭାପତି ସମାଜସେବୀ ବିଭୁତି ଭୂଷଣ ପଟ୍ଟନାୟକ, ସରପଞ୍ଚ ପ୍ରିୟଦର୍ଶିନୀ ତରାଇ, ଜିଲ୍ଲା ପରିଷଦ ସଭ୍ୟ ନାରଦ ଚନ୍ଦ୍ର ବିଶ୍ୱାଳ, ପ୍ରାଧ୍ୟାପକ ନିର୍ମଳ ଚନ୍ଦ୍ର ବିଶ୍ୱାଳ, ପ୍ରାଧ୍ୟାପକ ଦେବବ୍ରତ ପ୍ରଧାନ, ଶିଶୁ ଅନନ୍ତ ଆଶ୍ରମର ପରିଚାଳକ ମନୋଜ ଦାସ, ସାମ୍ବାଦିକ ଚିତ୍ତରଞ୍ଜନ ମଲ୍ଲିକ, ନରେନ୍ଦ୍ର ଧଳ, ପ୍ରାକ୍ତନ ସମିତି ସଭ୍ୟ ଅଶୋକ ବିଶ୍ୱାଳ, ଡିଏଭି ସ୍କୁଲ ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳ, ନୃସିଂହ ଚରଣ ସାହୁ, ନିରଞ୍ଜନ ବାରିକ, ନାରାୟଣ ବିଶ୍ୱାଳ, କବି ନୃସିଂହ ରାଉତ, ଶିକ୍ଷାବିତ ସୁରେଶ ଚନ୍ଦ୍ର ନାୟକ,ପ୍ରମୋଦ କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଭା ପ୍ରାରମ୍ଭରେ ମୁଖ୍ୟ ଅତିଥି ଡଃ. ପାଟ୍ଟଶାଣୀ ସ୍ମୃତିସ୍ତମ୍ବ ଅନାବରଣ କରିଥିଲେ । ସ୍ୱର୍ଗତା ଧଳଙ୍କ ସୁପୁତ୍ର ତ୍ରିଲୋଚନ, ସୁଦର୍ଶନ ଓ ଗୋବର୍ଦ୍ଧନ ସଭା ପରିଚାଳନା କରିଥିବା ବେଳେ ଶେଷରେ ଯୁବ ଆଇନଜୀବୀ ଅନିଲ କୁମାର ଧଳ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ