ତହଁର ପଞ୍ଚାୟତ ର ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଧମକ ଓ ବାସଭବନ କୁ ଆକ୍ରମଣ

ଶେରଗଡ଼, (ବିଭୁ ପ୍ରସାଦ ଦାସ):ଶେରଗଡ଼ ବ୍ଲକ ଅନ୍ତର୍ଗତ ତହଁର ପଞ୍ଚାୟତ ର ତହର ଗ୍ରାମର କିଛି ଯୁବକ ପୂର୍ବତନ ସରପଞ୍ଚ ଙ୍କ ବାସଭବନ କୁ ଠେଙ୍ଗା ବାଡ଼ି ଧରି ହତ୍ୟା ଧମକ କରିଥିଲେ। ପ୍ରକାଶ ଥାଉକି ଶେରଗଡ଼ ବ୍ଲକ ର ଯୁବ ବିଜେଡ଼ି ନେତା ତଥା ପୂର୍ବତନ ସରପଂଚ ଜିତେନ୍ଦ୍ର କୁମାର ମୁନି ଗତ କାଲି ରାତି ୯ ଟା ସମୟରେ ପିଣ୍ଡା ରେ ବସିଥିବା ସମୟରେ କିଛି ଅସାମାଜିକ ବ୍ୟକ୍ତି ଠେଙ୍ଗାବାଡ଼ି ଧରି ହତ୍ୟା ଧମକ ଦେବା ସହ ତାଙ୍କ ସ୍ତ୍ରୀ ଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ବାସଭବନର ଗ୍ରିଲ କୁ ଭାଙ୍ଗିବା ପାଇଁ ଚେଷ୍ଟା କରିଛନ୍ତି। ଏହି ଘଟଣା ର ସିସିଟିଭି ଫୁଟେଜ ଉପଲବ୍ଧ ଅଛି। ଏହି ଘଟଣା କୁ ନେଇ ଜିତେନ୍ଦ୍ର କୁମାର ମୁନି ଙ୍କ ସ୍ତ୍ରୀ ପପିନୀ ମୁନି ଆଜି ହିଞ୍ଜିଳିକାଟୁ ଥାନା ରେ ଲିଖିତ ଅଭିଯୋଗ କରିବା ସହ ନିଜ ସ୍ବାମୀ ଓ ପରିବାରର ଜୀବନ ପ୍ରତି ବିପଦ ଥିବା ରୁ ଏହାର ସୁରକ୍ଷା ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଏହାର ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ