ଡେଲାଙ୍ଗରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଡେଲାଙ୍ଗ, (ଯୁଗାବ୍ଦ ନ୍ୟୁଜ) : ପୁରୀଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଆଭା ଅନୁଷ୍ଠାନ, ଡଂପୁର ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଡେଲାଙ୍ଗ ବ୍ଲକ ପ୍ରଶାସନ ପକ୍ଷରୁ ସୋମବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଟିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ଡେଲାଙ୍ଗ ର ନୂତନ ବିଡିଓ କ୍ଷିତିଶ ଚନ୍ଦ୍ର ବେହେରା,ବ୍ଲକ ଅଧକ୍ଷା ବାସନ୍ତୀ ସାହୁ , ଉପାଧ୍ୟକ୍ଷ ଦୁର୍ବାଷା ନିଶଂକ, ଡ଼ିଏସଏସଓ ଶୁଭ୍ରାଂଶୁ ଶେଖର ମହାରଣା ଓ ବିଏସଏସଓ ତପନ ଚନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ!ଅସ୍ଥିଶଲ୍ଯ ବିଭାଗର ଡକ୍ଟର ଅମ୍ଲାନ ମହାପାତ୍ର, ଡକ୍ଟର ସୁଶୀଲ କୁମାର ନାୟକ,ମାନସିକ ବିଭାଗର ଡକ୍ଟର ଅଶିତି କୁମାର ମହାନ୍ତି ,ଚକ୍ଷୁ ବିଭାଗର ଡକ୍ଟର ଜ୍ୟୋତ୍ସ୍ନାରାଣୀ ତ୍ରିପାଠୀ ଓ କର୍ଣ୍ଣ ନାସା ଗଳା ବିଭାଗର ଡକ୍ଟର ମୁନିକା ଦାଶ ପ୍ରମୁଖ ଡ଼ାକ୍ତରମାନେ ଶିବିରରେ ଯୋଗ ଦେଇଥିଲେ ।୧୭୪ ଜଣ ହିତାଧିକାରୀଅନଲାଇନ ମାଧ୍ୟମରେ ଆବେଦନ କରି ପ୍ରମାଣ ପତ୍ର ପାଇଁ ଏହି ଶିବିରରେ ନାମ ପଞ୍ଜୀକରଣ କରିଥିଲେ ।ସେଥିମଧ୍ୟରୁ ବିଭିନ୍ନ ବିଭାଗର ୧୫୪ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଥିବା ବିଏସଏସଓ ଶ୍ରୀ ଦାଶ ସୂଚନା ଦେଇଛନ୍ତି ! ଏଥିରେ ବ୍ଲକ ଷ୍ଟାଫ ଓ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ