ତହସିଲ କର୍ମଚାରୀଙ୍କ ବିୟୋଗରେ ଶୋକ ପ୍ରାର୍ଥନା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ହିଞ୍ଜିଳିକାଟୁ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଜୈନେକ କର୍ମଚାରୀ ସୁଦାମ ପଣ୍ଡାଙ୍କ ଗୁରୁବାର ରାତ୍ର ସାଢେ ୯ ଘଣ୍ଟା ସମୟରେ ଭୁବନେଶ୍ୱର ସ୍ଥିତ ଆମ୍ରି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଥିବା ଜଣାପଡିଛି । ସ୍ୱର୍ଗତ ପଣ୍ଡାଙ୍କ ବିୟୋଗ ଖବର ପ୍ରସାରିତ ହେବା ପରେ ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡା, ଅତିରିକ୍ତ ତହସିଲଦାର ସୁନୀଲ କୁମାର ପ୍ରଧାନଙ୍କ ସମେତ ସମସ୍ତ କର୍ମଚାରୀ ଗଭୀର ମର୍ମାହତ ହେବାସହ ଦୁଃଖ ପ୍ରକାଶ କରିଥିଲେ।ହିଞ୍ଜିଳିକାଟୁ ତହସିଲ ଅଧିନସ୍ଥ ପୋଚିଲିମ୍ମା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ସେ ପିଅନ ଭାବେ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଗତ କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟରେ ଘୋର ଅବନତି ଘଟିଥିଲା । ଚିକିତ୍ସା ପାଇଁ ସେ ଭୁବନେଶ୍ୱରସ୍ଥିତ ଆମ୍ରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିଲା। ସ୍ବର୍ଗତ ପଣ୍ଡାଙ୍କ ବିୟୋଗରେ ଶୁକ୍ରବାର ତହସିଲଦାର ପ୍ରଭାତ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ପରିସରରେ ସମସ୍ତ କର୍ମଚାରୀ ୨ ମିନଟ ପାଇଁ ନୀରବ ପ୍ରାର୍ଥନା କରିଥିଲେ । ସ୍ୱର୍ଗତ ପଣ୍ଡାଙ୍କ ଅମର ଆତ୍ମାର ସଦଗତି ପ୍ରାପ୍ତି ନିମନ୍ତେ କର୍ମଚାରୀଙ୍କ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଦୁଃଖସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରା ଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କିରାଣୀ ପ୍ରଫୁଲ କୁମାର ସାହୁ,ଏନ.ଜଗଦୀଶ ରାଓ,ଏନ. କୃଷ୍ଣ ମୂର୍ତ୍ତି,ଏସ.ଶିବା ରାଓ, ଏସ.ପୁରୁଷୋତ୍ତମ ରେଡ୍ଡୀ,କୃଷ୍ଣଚନ୍ଦ୍ର ଜାନୀ, ଗୋବିନ୍ଦ ଚନ୍ଦ୍ର ବ୍ରହ୍ମା,ସୁଧାଂଶୁ ଶେଖର ପାଣିଗ୍ରାହୀ,ମଞ୍ଜୁଲତା ବେହେରା,ମଧୁଲିକା ପାତ୍ର,ତ୍ରିଲୋଚନ ଦାଶ,ଭାଗିରଥି ସାହୁ, ନାଲୁ ଶବର ଓ ଟୁକୁନା ଗୌଡ଼ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।


