ତହସିଲ ସମ୍ମୁଖରୁ ଜବରଦଖଲ ଉଚ୍ଛେଦ କଲା ତହସିଲ ପ୍ରଶାସନ

ଯାଜପୁର:- କିଛି ଦିନର ନୀରବତା ପରେ ପୁଣି ଆକ୍ସନ ମୋଡ଼କୁ ଫେରିଲା ଧର୍ମଶାଳା ତହସିଲ । ତହସିଲ ସମ୍ମୁଖରୁ ଆଜି ଜବରଦଖଲକାରୀଙ୍କୁ ଉଛେଦ କରାଯାଇଛି। ଦୀର୍ଘ ବର୍ଷ ହେବ ଧର୍ମଶାଳା ତହସିଲ ଓ ସବ-ରେଜିଷ୍ଟ୍ରାର କାର‌୍ୟ୍ୟାଳୟ ସମ୍ମୁଖ ଭାଗକୁ ଜବରଦଖଲ କରି ମୁଷ୍ଟିମେୟ ବ୍ୟକ୍ତି ବ୍ୟବସାୟ ଚଳାଇ ଆସୁଥିଲେ। ଏପରିକି ଛୋଟ ଛୋଟ କ୍ୟାବିନ ପକାଇବା ସହ ଘର ନିର୍ମାଣ କରିଥିଲେ। ଯାହା ଫଳରେ ଏଠାକୁ ବିଭିନ୍ନ କାର‌୍ୟ୍ୟରେ ଆସୁଥିବା ଜନସାଧାରଣ ବିଶେଷ କରି ପାର୍କିଂ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ତହସିଲ ପ୍ରଶାସନ ପ୍ରଥମ ପର‌୍ୟ୍ୟାୟରେ ୧୫ଜଣ ଜବରଦଖଲକାରୀଙ୍କୁ ସ୍ଥାନ ଛାଡିବାକୁ ନୋଟିସ ଜାରି କରିଥିଲା। ତଦନୁଯାୟୀ ଆଜି ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଧର୍ମଶାଳା ପୋଲିସ ପ୍ରଶାସନର ସହଯୋଗରେ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଛି। ମେସିନ ସାହାଯ୍ୟରେ କ୍ୟାବିନଗୁଡିକୁ ଉଠାଯିବା ସହ ନିର୍ମିତ ଘରଗୁଡିକୁ ଭାଙ୍ଗି ମାଟିରେ ମିଶେଇ ଦିଆଯାଇଛି। ପରବର୍ତ୍ତି ସମୟରେ ତହସିଲ, ମେଡିକାଲ, ଥାନା ସମେତ ଧର୍ମଶାଳା ବଜାରରେ ଥିବା ଅନ୍ୟ ଜବରଦଖଲକାରୀଙ୍କୁ ପର‌୍ୟ୍ୟାୟକ୍ରମେ ଉଚ୍ଛେଦ କରାଯିବ ବୋଲି ତହସିଲଦାର ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ