ଦଶ ଦିନର ମହଲତ ଦେଲା ସେସୁ

ଭୁବନେଶ୍ବର : ଦଶ ଦିନ ପାଇଁ ବିଦ୍ୟୁତ ଦେୟ ଖିଲାପକାରୀଙ୍କୁ ମହଲତ ଦେଲା ସେସୁ । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଖିଲାପକାରୀଙ୍କ ବିଦ୍ୟୁତ୍‌ କାଟ ହେବନି । ଏହି ସମୟ ମଧ୍ୟରେ ଦେୟ ପୈଠ ନ କଲେ ପୁଣି ବିଦ୍ୟୁତ କାଟ ହେବ। ବର୍ତ୍ତମାନ ସୁଦ୍ଧା ୭୨ କୋଟି ୭୬ ଲକ୍ଷ ବକେୟା ଆଦାୟ ହୋଇଛି । ୨୧ ହଜାର ୩୩୯ ଜଣ ଦେୟ ଖିଲାପକାରୀଙ୍କ ବିଦ୍ୟୁତ କଟାଯାଇଛି । ମୋଟ ୭ ଲକ୍ଷ ଲୋକଙ୍କ ଉପରେ ବକେୟା ରହିଛି ବୋଲି କହିଛନ୍ତି ଅରୁଣ ବୋଥ୍ରା । ପୂର୍ବରୁ ସେସୁ ତରଫରୁ ଏନେଇ ଘୋଷଣା କରାଯାଇଥିଲା । ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନକଲେ ସାଧାରଣ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସେବାରୁ ବଞ୍ଚିତ କରାଯିବ ବୋଲି ସେସୁ ତରଫରୁ ଘୋଷଣା କରାଯାଇଥିଲା । ଏନେଇ ଜାନୁଆରୀ ୧୫ ତାରିଖ ପରଠାରୁ ବିଦ୍ୟୁତ୍‌ କାଟ୍‌ ମଧ୍ୟ କରାଯାଇଥିଲା । ଏହା ପରେ ବକେୟା ଆଦାୟ କରାଯାଇଥିବାବେଳେ ଅନ୍ୟ ଖିଲାପକାରୀଙ୍କୁ ଆଉ ଥରେ ସୁଯୋଗ ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ