ତିନି ହତ୍ୟା ଅପରାଧିଙ୍କୁ ଆଜୀବନ କାରାଦଣ୍ଡ, ସ୍ଥାନାନ୍ତର ହେବେ ଚୌଦ୍ୱାର
ପାରାଦୀପ,(ଯୁଗାବ୍ଦ ନ୍ୟୁଜ) ପାରାଦୀପ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ସମାଗୋଳ ସବ୍ ଜେଲରେ ସଜ୍ଜା ଭୋଗୁଥିବା ବାସୁଦେବ ପରିଡା, ଜଗଦିଶ ପରିଡା ଓ ନରେଶ ପରିଡାଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି । କୁଜଙ୍ଗ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଣବ କୁମାର ରାଉତରାୟ ଏହି ୩ ହତ୍ୟା ଅଭିଯୁକ୍ତଙ୍କୁ ଦୋସୀ ସାବ୍ୟସ୍ତକରି ଆଜୀବନ କାରାଦଣ୍ଡ ସହ ବ୍ୟକ୍ତିଗତ ଦଶ ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନାଦାୟ ହେଲେ ଅଧିକ ୬ମାସ ଜେଲଦଣ୍ଡ ଭୋଗିବାକୁ ଘୋଷଣା କରିଛନ୍ତି । ଜଜ୍ଙ୍କ ନିର୍ଦ୍ଧେଶ କ୍ରମେ ତିନି ଆସାମୀ ଙ୍କୁ ଜେଲ ହାଜାତରେ ରଖାଯାଇଛି । ଏବେ ଆସାମୀ ମାନେ ସମାଗୋଳ ସବ୍ ଜେଲରେ ରହିଥିବାବେଳେ ଖୁବ୍ଶୀଘ୍ର ସେମାନଙ୍କୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯିବ ବୋଲି ଜଣାଯଅଇଛି । ୨୦୧୩ ମସିହା ଅଗଷ୍ଟ ମାସରେ ଏରସମା ଥାନା ଅନ୍ତର୍ଗତ ଖୁରାଂଟ ନଳପାହିଡିହ ଠାରେ ଏମାନଙ୍କର ସଂଘବଦ୍ଧ ଆକ୍ରମଣରେ ରତ୍ନାକର ରାଉତ (୪୮) ନାମକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ସେଠାରେ କାଠ ନେବାକୁ ନେଇ ବାସୁଦେବ, ଜଗଦିସ ଓ ନରେଶ ମିଳିତ ଭାବରେ ରତ୍ନାକରକୁ ମରଣାନ୍ତକ ଆକ୍ରମଣ କରିଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । କୁଜଙ୍ଗ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଏହି ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଏକ ବଡ ଧରଣର ଦଣ୍ଡାଦେଶ ବୋଲି କୁହାଯାଉଛି ।


