ତୁଳସୀ ମହିଳା ମହାବିଦ୍ୟାଳୟ ସଂସ୍କୃତ ବିଭାଗର ୱେବିନାର
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ତୁଳସୀ ମହାବିଦ୍ୟାଳୟ ସଂସ୍କୃତ ବିଭାଗର “ବେଦରେ ଦେବତା ଏକ ବିହଙ୍ଗାବଲୋକନ”ଶୀର୍ଷକ ୱେବିନାର(ସଂଗୋଷ୍ଠି ଆଲୋଚନା)ଅଧ୍ୟକ୍ଷ ପ୍ରଫେସର ରଞ୍ଜିତରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟ ସଂସ୍କୃତ ବିଭାଗର ପ୍ରାକ୍ତନ ମୁଖ୍ୟା ତଥା ଅବସରପ୍ରାପ୍ତା ଅଭିଜ୍ଞା ପ୍ରଫେସର ଡଃ.ପ୍ରତିଭାମଞ୍ଜରୀ ରଥ ରିସୋର୍ସପର୍ସନ ଭାବରେ ଯୋଗଦେଇ ବିଶ୍ୱର ସର୍ବପ୍ରାଚୀନ ଓ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାହିତ୍ୟ ବେଦରେ ଦେବତାମାନଙ୍କୁ ଅନ୍ତରୀକ୍ଷ,ଦ୍ୟୁ ଓ ପୃଥିବୀ ସ୍ଥାନୀୟ ଦେବତା ଭାବେ ବର୍ଗୀକରଣ କରି ସେମାନଙ୍କର ସ୍ୱରୂପ ତଥା ନାମକରଣର ଯଥାର୍ଥତା ଓ ବେଦମନ୍ତ୍ରର ଆବାହନରେ ଦେବତାଙ୍କର ସ୍ତୁତିରେ ସାଂପ୍ରତିକ ସମାଜରେ ଅନୁଭୂତ ହେଉଥିବା ଉପକାରିତା ଓ ଏହାର ଆବଶ୍ୟକତାର ଗୁରୁତ୍ୱକୁ ନିଖୁଣ ଭାବେ ଆପଣାର ବକ୍ତବ୍ୟରେ ଆଲୋକପାତ କରି ବିଦଗ୍ଧ ଶ୍ରୋତାମାନଙ୍କୁ ଅଭିଭୂତ କରିଥିଲେ । ଏହି ୱେବିନାରରେ ବିଭିନ୍ନ ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟର ପ୍ରଫେସରଙ୍କ ସମେତ ୬୫ଜଣ ଛାତ୍ରଛାତ୍ରୀ ଯୋଗଦେଇ ବିଷୟ ଆଧାରିତ ପ୍ରଶ୍ନେ୍ନାତ୍ତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ବିଭାଗୀୟ ମୁଖ୍ୟ ଡଃ.ପଦ୍ମଜା କବି ଶତପଥୀ ୱେବିନାରର ସଂଯୋଜନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପିକା ସୈାମ୍ୟକାନ୍ତି ମିତାଶ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ସଂସ୍କୃତ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ରୀ ସୋନାଲୀ ରାଉତ ୱେବିନାରର ପ୍ରାରମ୍ଭରେ ମଙ୍ଗଳାଚରଣ ପାଠ କରିଥିଲେ ।