ତୃତୀୟ ଟି-୨୦ ମ୍ୟାଚ୍ : ପୁଣି ହାରିଲା ଭାରତ

ଅହମଦାବାଦ (‌ୱାଇଏନ୍‌ଏସ୍‌):ପୁଣି ଇଂଲ‌ଣ୍ଡ ଠାରୁ ଭାରତ ପରାଜୟ ବରଣ କରିଛି ।ଖୋଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଇଂଲଣ୍ଡ ଭାରତକୁ ୮ ‌ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହ ଇଂଲଣ୍ଡ ଏହି ସିରିଜରେ ୨-୧ରେ ଆଗୁଆ ରହିଛି । ଭାରତର ୧୫୭ ରନ ଲକ୍ଷ୍ୟକୁ ଇଂଲଣ୍ଡ ଦଳ ୧୮.୨ ଓଭରରେ ହାସଲ କରିନେଇଥିଲା । ଜସ ବଟଲର ଅପରାଜିତ ୮୩ ରନ କରିଥିବାବେଳେ ଜନି ବେୟାରଷ୍ଟୋ ଅପରାଜିତ ୪୦ ରନ କରିଥିଲେ । ସେହିପରି ଡାୱିଡ ମଲାନ ୧୮ ରନ କରିଥିଲେ । ଏହି ମ୍ୟାଚରେ ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ‌ୱିକେଟ ହରାଇ ୧୫୬ ରନ କରିଛି । ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ୭୭ ରନ କରି ଅପରାଜିତ ରହିଛନ୍ତି । ତେବେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବିଶେଷ ଯୋଗଦାନ ଦେଇପାରି ନଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ