‌ବ୍ର‌ହ୍ମପୁରରେ କରୋନା : ଟାଟା ପାୱାର୍ର ଦୁଇ ଅଧିକାରୀ କରୋନା ପଜିଟିଭ

ବ୍ରହ୍ମପୁର, (ଅନିଲ କୁମାର): ବ୍ରହ୍ମପୁର ସ୍ଥିତ  ଟାଟା ପାୱାର୍‌ ସଦର ଓଡ଼ିଶା ଡ଼ିଷ୍ଟ୍ରୁବୁ୍ୟସନ୍‌ ଲିମିଟେଡ଼୍‌ର ଦୁଇ ଜଣ ଅଧିକାରୀ କରୋନା ପଜିଟିଭ ହୋଇ ଚିକିତ୍ସିତ ହେଉଥିବା ବେଳେ ଏହାର କର୍ପୋରେଟ ଅଫିସ୍‌କୁ ଛୁଟି ଘୋଷଣା କରାଯାଇଥିବା ସୂଚନା ମିଳିଛି । ମୁମ୍ବାଇ, ପୁନେ, କେରଳ ଆଦି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଏବଂ ସେହି ଅଞ୍ଚଳରୁ ବହୁ ଯାତ୍ରୀ ଟ୍ରେନ୍‌, ଫ୍ଲାଇଟ୍‌ରେ ଆସୁଥିବା ଯୋଗୁଁ ଗଞ୍ଜାମରେ ପୁଣି ସଂକ୍ରମଣ ମୁଣ୍ଡ ଟେକିବା ଆଶଙ୍କା କରି ଗତ ୩ ଦିନ ଧରି ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ଜାରି ରହିଥିବା ଏବଂ ଆଜି ପୁଣି ୩ ଜଣ ଠାବ ହୋଇଥିବା ଜଣାପଡିଛି । ଏନେଇ ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅସ୍ଥାୟୀ ଶିବିର ସ୍ଥାପନ କରାଯାଇଥିବା ଏବଂ ଉକ୍ତ ଶିବିରରେ ସ୍ୱାସ୍ଥ୍ୟ ବିଭାଗ ଡ଼ାକ୍ତର ଓ କର୍ମଚାରୀ ଉପସ୍ଥିତ ରହି ବ୍ରହ୍ମପୁରରେ ଓହ୍ଲାଉଥିବା ଟ୍ରେନ୍‌ ଯାତ୍ରୀଙ୍କ ସ୍କ୍ରିନିଂ ଟେଷ୍ଟ କରାଯିବା ସହ କେତେକଙ୍କର ଆଣ୍ଟିଜେନ୍‌ ଟେଷ୍ଟ ବି କରାଯାଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ବ୍ରହ୍ମପୁର ସ୍ଥିତ ଟାଟା ପାୱାର୍‌ ସଦର ଓଡ଼ିଶା ଡ଼ିଷ୍ଟ୍ରୁବୁ୍ୟସନ୍‌ ଲିମିଟେଡ଼୍‌ର ଦୁଇ ଜଣ ଅଧିକାରୀ କରୋନା ସଂକ୍ରମିତ ହୋଇ ଭୁବନେଶ୍ୱର ସ୍ଥିତ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଏନେଇ ଆଜି ଏହାର କର୍ପୋରେଟ ଅଫିସ୍‌କୁ ଅଗ୍ନିଶମ ବିଭାଗ ଦ୍ୱାରା ସାନିଟାଇଜ କରାଯିବା ସହ ଛୁଟି ଘୋଷଣା କରାଯାଇଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ