ତୈଳ ଓ ପ୍ରାକୃତିକ ଗ୍ୟାସ ସରଂକ୍ଷଣ ସଚେତନତା ଅଭିଯାନ- ସକ୍ଷମ-୨୦୨୦ ମହୋତ୍ସବ
ଭୂବନେଶ୍ୱର -ସକ୍ଷମ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ଷିକ ଉତ୍ସବ, ଯାହା ପିସିଆରଏ (ପେଟ୍ରୋଲିୟମ ସରଂକ୍ଷଣ ଗବେଷଣା ସଂସ୍ଥା) ଏବଂ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଅଧିନରେ ଥିବା ତୈଳ ଉଦ୍ୟୋଗମାନଙ୍କ ଦ୍ୱାରା ପ୍ରତି ବର୍ଷ ମିଳିତ ଭାବେ ଅନୁଷ୍ଠିତ ହୁଏ । ଏହାର ମୂଳ ଉଦ୍ଦେଶ୍ୟ ହେଉଛି, ଜନସାଧାରଣଙ୍କୁ ତୈଳ ଓ ଗ୍ୟାସ ସରଂକ୍ଷଣର ଆବଶ୍ୟକତା ଏବଂ ଏଥି ପାଇଁ ଉଚିତ ପଦକ୍ଷେପ ବିଷୟରେ ସଚେତନ କରାଇବା । ଏହି ସମୟ କାଳରେ ସମସ୍ତଙ୍କ ନିକଟରେ ଇନ୍ଧନ ସରଂକ୍ଷଣର ବାର୍ତ୍ତା ପହଂଚାଇବା ପାଇଁ ପରିବହନ, ଉଦ୍ୟୋଗିକ, କୃଷି ଏବଂ ଘରୋଇ କ୍ଷେତ୍ରରେ ବିଭିନ୍ନ କାର୍ୟ୍ୟକ୍ରମ ମାନ ଅନୁଷ୍ଠିତ ହେବ । ସକ୍ଷମ-୨୦୨୦ ସମ୍ମାନ ସମାରୋହ, ଆଇଏମଏମଟି ଅଡିଟୋରିୟମ, ଭୂବନେଶ୍ବର ଠାରେ ଅନୁଷ୍ଠିତ ହୋଇଥିଲା । ଏହି ସମାରୋହରେ ଓଡିଶା ବିଧାନ ସଭାର ବିରୋଧୀ ଦଳ ନେତା ମାନ୍ୟବର ଶ୍ରୀ ପ୍ରଦୀପ୍ତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ତାଙ୍କ ଅଭିଭାଷଣରେ ଇନ୍ଧନ ସରଂକ୍ଷଣର ଆବଶ୍ୟକତା ବିଷୟରେ କହିଥିଲେ, ଯାହା ଅର୍ଥ ବଂଚାଇବା ସହ, ପରିବେଶକୁ ମଧ୍ୟ ସୁରକ୍ଷିତ ରଖିପାରିବ । ପେଟ୍ରୋଲିୟମ ଉତ୍ପାଦ କ୍ଷେତ୍ରରେ ଆମ ଦେଶ ଆତ୍ମ ନିର୍ଭରଶୀଳ ହୋଇନଥିବାରୁ, ଆମ ପାଇଁ ତୈଳ ଏବଂ ପ୍ରାକୃତିକ ଗ୍ୟାସ ସରଂକ୍ଷଣ ନିତ୍ୟାନ୍ତ ଆବଶ୍ୟକ । ତେଣୁ ତୈଳ ଉଦ୍ୟୋଗ ଏବଂ ପିସିଆରଏ ମିଳିତ ଭାବେ ଏହି ଭଳି ବ୍ୟାପକ କାର୍ୟ୍ୟକ୍ରମ ଗୁଡିକ ଦ୍ୱାରା ତୈଳ ଏବଂ ପ୍ରାକୃତିକ ଗ୍ୟାସ ସରଂକ୍ଷଣ ବିଷୟରେ ଲୋକମାନଙ୍କୁ ସଚେତନ କରିବା ଆବଶ୍ୟକ । ରାଜ୍ୟ ସ୍ତରୀୟ ପରିଚାଳକ, ଶ୍ରୀ ଶୁଭଜିତ ଘୋଷ, ସିଜିଏମ, ଆଇଓସିଏଲ, ମୁଖ୍ୟ ଅତୀଥିଙ୍କୁ ସ୍ୱାଗତ କରିଥିଲେ । ତାଙ୍କ ସ୍ୱାଗତ ଅବିଭାଷଣରେ ୧୬ ଜାନୁଆରୀ ରୁ ୧୫ ଫେବୃଆରୀ ୨୦୨୦, ଦୀର୍ଘ ଏକ ମାସ ମଧ୍ୟରେ ସକ୍ଷମ-୨୦୨୦ ଅଧିନରେ ଅନୁଷ୍ଠିତ ସମସ୍ତ ସଚେତନତା କାର୍ୟ୍ୟକ୍ରମ ବିଷୟରେ ସଂକ୍ଷିପ୍ତରେ ଉଲ୍ଲେଖ କରିଥିଲେ । ଏହି ସମାରୋହରେ ବିଭିନ୍ନ ପ୍ରତିଯୋଗୀତାର ବିଜେତା ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଉଦଘାଟନୀ ସମାରୋହରେ ଅନ୍ୟ ଗଣମାନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ରାଜ୍ୟ ସ୍ତରୀୟ ପରିଚାଳକ, ଶ୍ରୀ ଶୁଭଜିତ ଘୋଷ, ସିଜିଏମ, ଆଇଓସିଏଲ, ଶ୍ରୀ ଦେବାଶିଶ ପାଲିତ, ରାଜ୍ୟ ମୁଖ୍ୟ (ରିଟେଲ), ବିପିସିଏଲ(ଓଡିଶା ଏବଂ ଝାଡଖଣ୍ଡ), ଶ୍ରୀ ଅଭୟଙ୍କର ଦାଶ, ଡିଜିଏମ, ଏଚପିସିଏଲ, , ଶ୍ରୀ କେଭିଜି ଶ୍ରୀନିବାସ, ଜିଏମ, ଗେଲ, ଶ୍ରୀ ଏଡି ଜମଜୁଟେ, ଜିଏମ, (ଲ୍ୟୁବ ସେଲସ୍), ଏବଂ ଶ୍ରୀ ପ୍ରଦୀପକୁମାର ପଣ୍ଡା, ଆଡିସନାଲ ଡିରେକ୍ଟର ପିସିଆରଏ ଉପସ୍ଥିତ ଥିଲେ ।