ଜିଲାପାଳ ଙ୍କ ଘୋଷଣା ପରେ ପ୍ରତିହୃତ ହେଲା ଧାରଣା

କଳାହାଣ୍ଡି- ଜାତୀୟ ରାଜପଥ-୨୬ କେସିଙ୍ଗା ରେଳଫାଟକ ପାଶ୍ୱର୍ ରେ ଅଣ୍ଡର ବ୍ରିକ ନିର୍ମାଣ ଦାବୀ ରେ ଗଣଧାରଣା ୨୪ ଦିନ ରେ । ଦୌନିକ ରେଳ ଚଳାଚଳ ପାଇଁ ଏହି ରାସ୍ତା ୧୭ ଘଣ୍ଟାବନ୍ଦ ରହିଥାଏ । ତୃତୀୟ ରେଳ ଲାଇନ କାମକୁ ବିରୋଧ କରି ରାଜରାସ୍ତା କୁ ଓଲ୍ଲାଇଥିଲେ ଲୋକେ । ଦାବୀ ଯଥାର୍ଥ ଥିବାରୁ ଲୋକେ ସ୍ୱତଃଭୁତ ଭାବେ ସମର୍ଥନ ଜଣାଇ ସାମିଲ ହୋଇଥିଲେ।ଦାବୀ କୁ ଯଥାର୍ଥ ଦର୍ଶାଇ ସମର୍ଥନ ରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ରେଳ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଙ୍କୁ ଏକ ପ୍ରତିନିଧି ଦଳ ସାକ୍ଷାତ କରିଥିଲେ । ତାସହିତ ରାଜ୍ୟ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦାବୀ କୁ ସମର୍ଥନ ଜଣାଇ ଅନ୍ଦୋଳନକାରୀ ଦଳ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରାଇଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଉଭୟ ଙ୍କୁ ଦୋଷ ଦେଉଥିବା ବେଳେ ବର୍ତମାନ ପର‌୍ୟ୍ୟନ୍ତ ଠୋସ ପଦକ୍ଷେପ ଘୋଷଣା କରି ନାହାନ୍ତି । ଦୌନିକ ରେଳ ଯାତୟାତ ପାଇଁ ଜାତୀୟ ରାଜପଥ ୧୭ ଘଣ୍ଟା ବନ୍ଦ ହେଉଥିଲେ ବି ରେଳ ବିଭାଗ ତଥା ଜାତୀୟ ରାଜପଥ ବିଭାଗ ର ଦୀଘ୍ର ଦିନର ନିରବତା ଏବଂ ଏହାର ସମାଧାନ ପାଇଁ ଜନସାଧାରଣ ଙ୍କ ୨୪ ଦିନ ଗଣଧାରଣା ପରେ ସମଧାନ ସୁତ୍ର ବାହାର କରିଛନ୍ତି ଜିଲ୍ଲାପାଳ । ରାଜ୍ୟ ସରକାର ଆବଶ୍ୟକ ଅର୍ଥ ଅନୁଦାନ ଯୋଗାଇ ଦେବାକୁ ଲିଖିତ ପ୍ରତିଶ୍ରୁତି ପରେ ଗଣଧାରଣା ପ୍ରତ୍ୟାହାର କରିଛି କେସିଗାଂ ଅଣ୍ଡର ବ୍ରିଜ କ୍ରିୟାନୁଷ୍ଟାନ କମିଟି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ