ତ୍ୱଚାର ବିଭିନ୍ନ ସମସ୍ୟା ଦୂର କରିଥାଏ ଘିକୁଆଁରି
ଆମର ବାଡିବଗିଚାରେ ଘିକୁଆଁରି ଗଛ ପ୍ରାୟତଃ ଦେଖିବାକୁ ମିଳିଥାଏ । ଏହା ଏକ ଅଦରକାରୀ ଗଛ ବୋଲି ଅନେକ ଲୋକ ମନେ କରନ୍ତି । ହେଲେ ଆପଣ କ’ଣ ଜାଣନ୍ତି ଯେ ଏହା ଖୁବ୍ ଉପକାରୀ । ଏହା ଆମ ପାଇଁ ବିଭିନ୍ନ ପ୍ରକାର ରୋଗର ଔଷଧ ଭାବେ କାମ କରିଥାଏ ବା ଉପଚାରରେ ଲାଗିଥାଏ । ଆସନ୍ତୁ ଜାଣିବା ଘିକୁଆଁରି ଆମର କେଉଁ କାମରେ ଆସେ । ପ୍ରଥମତଃ ତ୍ୱଚାରେ କୌଣସି ପ୍ରତିକ୍ରିୟା ଦେଖା ଦେଉଥିଲେ ଏହାକୁ ଘଷିଲେ ଭଲ ହୋଇଥାଏ । ଶୁଷ୍କ ତ୍ୱଚା ଲାଗି ଏହା ମଏଶ୍ଚରାଇଜର ଭଳି କାମ କରିଥାଏ । ମୁହଁରେ ବ୍ରଣ ଉଠୁଥିଲେ ବି ଘିକୁଆଁରୀ ପତ୍ର ବା ତାର ରସ ଳଗାଇଲେ ସେଥିରୁ ମୁକ୍ତି ମିଳିଥାଏ । ମୁହଁରେ ଦାଗ ଦେଖାଗଲେ ସେଥିରୁ ବି ମୁକ୍ତି ଦେଇଥାଏ । ଖାଲି ସେତିକି ନୁହେଁ ଘିକୁଆଁରୀ ମୁଖର ଏବଂ ତ୍ୱଚାର ଉଜ୍ଜ୍ୱଳତା ଆଣିବାରେ ମଧ୍ୟ ସହାୟକ ହୋଇଥାଏ । ଏକଜିମା ହୋଇଥିଲେ ବି ଏହା କାମରେ ଆସିଥାଏ ।ଏହା ସାଧାରଣତଃ ଜଳାପୋଡ଼ାରେ ମଲମର କାମ କରିଥାଏ । ରୋଷେଇ ଘରେ କାମ କରୁଥିବ ବେଳେ ଶରୀରରେ କୌଣସି ଚେଙ୍କ ଲାଗିଗଲେ ବି ପ୍ରଥମେ ଖୋଜା ପଡେ ଘିକୁଆଁରୀ ପତ୍ର । କୌଣସି କୀଟ ଯଦି ଶରୀରରେ କ୍ଷତ ସୃଷ୍ଟି କରେ ତାହା ହେଲେ ଘିକୁଆଁରୀ ପତ୍ର କାମରେ ଆସେ । ଖେଳାଳୀଙ୍କ ପାଦରେ ଏହାକୁ ଘଷିଲେ ତାହା ଅଧିକ ଶକ୍ତ ହୋଇଥାଏ ।


