ସରପଞ୍ଚଙ୍କ ସ୍ୱାମୀ ଓ ସହଯୋଗୀ ସାଜିଲେ ସଇତାନ , ଚାଉଳ ଦେବାକୁ ଡାକି ମହିଳାଙ୍କୁ କଲେ ଗଣଦୁଷ୍କର୍ମ

ରାଉରକେଲା ,(ଯୁଗାବ୍ଦ ନ୍ୟୁଜ୍) : ଆଧୁନିକ ସମାଜରେ ସୀମା ଟପିଯାଉଛନ୍ତି କିଛି   ମଣିଷ । କ୍ଷଣିକ ମୁହୁର୍ତ୍ତର କାମନା ଓ ବାସନାରେ ଅନ୍ଧ ହୋଇ ନେବାକୁ ପଛାଉ ନାହାନ୍ତି ପର ସ୍ତ୍ରୀ  ଇଜତ । ଜଣେ ମହିଳାଙ୍କୁ ଚାଉଳ ଦେବା ପାଇଁ କହି ମହିଳାଙ୍କୁ ଗଣ ଦୁଷ୍କର୍ମ କରିବା ୍ଘଟଣା ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଏଭଳି ଘଟଣା ଘଟିଛି ରାଉରକେଲା  ଝିରପାଣି ପଞ୍ଚାୟତରେ । ମହିଳା ଜଣକୁ ଚାଉଳ  ଦେବାକୁ କହି ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀ ମିଶି ମହିଳାଙ୍ୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ମହିଳା ଜଣକ  ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କର ସହଯୋଗୀ ମିଶି ତାଙ୍କୁ  ଗଣଦୁଷ୍କର୍ମ କରିଥିବା ଝିରପାଣି ଥାନାରେ ଅଭିଯୋଗ କରିଛନ୍ତି ମହିଳା ି । ଅଭିଯୋଗ ପରେ ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି । ପିଡୀତାଙ୍କୁ ନ୍ୟାୟ ଦେବା ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ