ଥାନା, ଡାକ୍ତରଖାନାରେ ଆରମ୍ଭ ହେଲା “ମୋ ସରକାର’: ମାର୍ଚ୍ଚ ୫ରୁ ସବୁ ବିଭାଗରେ

ଭୁବନେଶ୍ୱର: ଆଜି ଗାନ୍ଧି ଜୟନ୍ତୀରୁ ରାଜ୍ୟର ସମସ୍ତ ଥାନା, ୩ଟି ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ୨୧ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ “ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାପିଟାଲ ହସ୍ପିଟାଲ ଓ ଶହୀଦ ନଗର ଥାନାକୁ ଯାଇ ସେଠାରେ ମୋ ସରକାର ଲୋଗା ଓ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ବାର୍ତ୍ତା ସମ୍ବଳିତ ଫଳକ ଉନ୍ମୋଚନ କରିଛନ୍ତି? ଏହା ସହିତ ଆସନ୍ତାବର୍ଷ ମାର୍ଚ୍ଚ ୫ତାରିଖ ବିଜୁ ପଟ୍ଟନାୟକ ଜୟନ୍ତୀରୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ “ମୋ ସରକାର’ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ନବୀନ ନିବାସରୁ ୮ଜଣ ଲାକଙ୍କ ସହ ଫୋନ୍ ଯାଗେ ସିଧାସଳଖ କଥା ହୋଇ ଥାନା ଓ ଡାକ୍ତରଖାନାରେ ମିଳୁଥିବା ସେବା ଓ ବ୍ୟବସ୍ଥା ସମ୍ପର୍କରେ ମତାମତ ଲୋଡ଼ିଥିଲେ । ମୋ ସରକାର ପୋର୍ଟାଲରୁ ବିକ୍ଷିପ୍ତ ଭାବେ ସଂଗୃହୀତ ୮ଟି ଫୋନ୍ ନମ୍ବରକୁ ଶ୍ରୀ ପଟ୍ଟନାୟକ ଫୋନ୍ କରିଥିଲେ । ଥାନା ଓ ଡାକ୍ତରଖାନା ସମ୍ପର୍କରେ ଲୋକମାନେ ନିଜର ମତାମତ ଦେଇଥିଲେ ।
ଆଜିଠୁ ରାଜ୍ୟର ସମସ୍ତ ଥାନା ଓ ୨୧ଟି ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ସମେତ ୩ଟି ସରକାରୀ ମେଡିକାଲ କଲେଜରେ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଅକ୍ଟୋବର ୩୦ତାରିଖ ସୁଦ୍ଧା ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା କାର୍ଯ୍ୟକାରୀ ହେବ । ଆସନ୍ତାବର୍ଷ ମାର୍ଚ୍ଚ ୫ତାରିଖ ସୁଦ୍ଧ ରାଜ୍ୟର ସବୁ ବିଭାଗରେ ଏହି ଯୋଜନା କାର୍ଯ୍ୟକାରୀ ହେବ ।
ସୂଚନାଯୋଗ୍ୟ, ଗତ ଅଗଷ୍ଟ ୧୫ତାରିଖ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ “ମୋ ସରକାର’ କାର୍ଯ୍ୟକ୍ରମ ବିଷୟରେ ଘୋଷଣା କରିଥିଲେ । ସରକାରୀ କାର୍ଯ୍ୟାଳୟକୁ ବିଭିନ୍ନ ସେବା ପାଇଁ ଆସୁଥିବା ଲୋକମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ସହ ସେବା ଯୋଗାଇ ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।
ମୋ’ ସରକାର କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ଏକ ଟୋଲ୍ ଫ୍ରି ନମ୍ବର ୧୪୫୪୫ ଜାରି କରିଛନ୍ତି । ଏହି ନମ୍ବରକୁ ମିସ୍ କଲ ଦେଇ ସାଧାରଣ ଲୋକେ ଥାନା ଓ ଡାକ୍ତରଖାନା ସମ୍ପର୍କିତ ନିଜର ଅଭିଯୋଗ ପଞ୍ଜିକରଣ କରିପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ