ଐତିହ୍ୟ କୀର୍ତ୍ତିରାଜିର ୧୦୦ ମିଟର ପରିଧି ଭିତରେ ପ୍ଲାଷ୍ଟିକ୍ ନିଷିଦ୍ଧ ହେବ
ନୂଆଦିଲ୍ଲୀ: ବୁଧବାର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲ ପ୍ଲାଷ୍ଟିକ୍ ବ୍ୟାନକୁ ନେଇ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଐତିହ୍ୟ କୀର୍ତ୍ତିରାଜିର ୧୦୦ ମିଟର ପରିଧି ମଧ୍ୟରେ ସିଙ୍ଗିଲ ୟୁଜ୍ ପ୍ଲାଷ୍ଟିକ୍ ନିଷିଦ୍ଧ ହେବ । ଅର୍ଥାତ କୀର୍ତ୍ତିରାଜିକୁ ପ୍ଲାଷ୍ଟିକ ମୁକ୍ତ କରାଯିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦି ଭାରତକୁ ସିଙ୍ଗିଲ ୟୁଜ୍ ପ୍ଲାଷ୍ଟିକରୁ ମୁକ୍ତ କରିବା ପାଇଁ ଘୋଷଣା କରିବା ପରେ ଏଭଳି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ । ନୂଆଦିଲ୍ଲୀଠାରେ “ପର୍ଯ୍ୟଟନ ପର୍ବ’ ନାମକ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏପରି କହିଛନ୍ତି ।
ସରକାର ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ସିଙ୍ଗିଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ଉପରେ କଟକଣା ଲଗାଇବା ନେଇ ଯୋଜନା ବାବଦରେ କହିଛନ୍ତି । ୬ ପ୍ରକାର ଉତ୍ପାଦ ଏହା ଜରିଆରେ ବନ୍ଦ ହେବ । ତେବେ ବର୍ତ୍ତମାନ ଅର୍ଥନୀତିକ ମାନ୍ଦାବସ୍ଥା ମୁଣ୍ଡ ଟେକିଥିବାରୁ ଏହାର କେତେ ଦୂର ବାସ୍ତବ ରୂପ ନେବ ତାହା ଦେଖିବାକୁ ରହିଲା ।


