ଦର୍ଶନଶାସ୍ତ୍ର ବିଭାଗ ଟପର ଶୁଭଶ୍ରୀ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ କଳା ବିଭାଗର ଦର୍ଶନଶାସ୍ତ୍ର ସମ୍ମାନରେ ଟପର ହୋଇଥିବା ଛାତ୍ରୀ ଶୁଭଶ୍ରୀ ଦାସ ସିଜିପିଏ ୮.୫୧ ମାର୍କ ରଖିଛନ୍ତି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ଚିତ୍ତରଞ୍ଜନ ଦାସ ଓ ବନ୍ଦିତା ଦାସଙ୍କ କନିଷ୍ଠା କନ୍ୟା ଶୁଭଶ୍ରୀ ଜଣେ ମେଧାବୀ ଛାତ୍ରୀ । ଶୁଭଶ୍ରୀ ମାଟ୍ରିକ ପରୀକ୍ଷାରେ ୭୨ପ୍ରତିଶତ ମାର୍କ ରଖି ପ୍ରଥମ ଶ୍ରେଣୀରେ ପାସ କରିଥିବା ବେଳେ +୨ରେ ମଧ୍ୟ ୬୯ପ୍ରତିଶତ ମାର୍କ ରଖିଥିଲେ । ପିଲାବେଳରୁ ପାଠପଢା ପ୍ରତି ବିଶେଷ ଧ୍ୟାନ ରଖିଥିବା ଶୁଭଶ୍ରୀ ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହୋଇ ଲୋକମାନଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି । ଶୁଭଶ୍ରୀଙ୍କ ପିତା ଜଣେ ସାମ୍ବାଦିକ ହୋଇଥିବା ବେଳେ ମାତା ଜଣେ ଗୃହିଣୀ ଅଟନ୍ତି ।


