ଦାଦନ ମହିଳା ଶ୍ରମିକଙ୍କ ମୃତ ପରେ ଚକ୍ଷୁ ଦାନ କଲେ ପରିବାର ଲୋକେ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଦାଦନ ଖଟିବାକୁ ଯାଇଥିବା ମହିଳା ଙ୍କ ଅକାଳ ବିୟୋଗ ହୋଇଥିବା ଜଣା ପଡ଼ିଛି।ସାନଖେମୁଣ୍ଡି ବ୍ଳକ ଉସ୍ତା ଜଗନ୍ନାଥପୁର ଗ୍ରାମର ରବି ଜେନାଙ୍କ ପତ୍ନୀ କୁମାରୀ ଜେନା ଦିନ ମଜୁରିଆ ଭାବେ ଭୁବନେଶ୍ୱରରେ କାର୍ଯ୍ୟ କରୁଥିବା ବେଳେ ମଙ୍ଗଳବାର ଅସୁସ୍ଥତା କାରଣରୁ ମୃତ୍ୟୁବରଣ କରିଥିବା ଜଣାପଡିଛି । ମହିଳାଙ୍କ ମୃତ ପରେ ପରିବାର ଲୋକେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ମୃତ କୁମାରୀ ଜେନାଙ୍କ ଚକ୍ଷୁଦାନ କରିଛନ୍ତି । ଖବର ପ୍ରକାରେ, ପାଟପୁର ଥାନା ଅନ୍ତର୍ଗତ ଉକ୍ତ ଗ୍ରାମର ମହିଳା ଜଣକ ପରିବାର ପ୍ରତିପୋଷଣ ପାଇଁ ସ୍ବାମୀଙ୍କ ସହ ମିଶି ଭୁବନେଶ୍ବର ରହି ମହିଳା ଶ୍ରମିକ ଭାବେ କାମ କରୁଥିଲେ । ତେବେ ମଙ୍ଗଳବାର ରାତିରେ ହଠାତ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ମେଡିକାଲ ନେଇଥିଲେ ମଧ୍ୟ ଉପସ୍ଥିତ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ମୃତ ଶରୀରକୁ ନିଜ ଭିଟାମାଟିକୁ ଫେରାଇ ଆଣିବାକୁ ସ୍ଥାନୀୟ ବ୍ଳକ ବିଜେଡି ଜିଲ୍ଲା ସାଧାରଣ ସଂପାଦକ ଯୋଗେନ୍ଦ୍ର ସ୍ବାଇଁ ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କୁ ଜଣାଇଥିଲେ । ଯାହାଫଳରେ ବୁଧବାର ବିଳମ୍ବିତ ରାତିରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ମହିଳାଙ୍କ ମୃତ ଶରୀର ନିଜ ଭୀଟାମାଟି ଫେରିଥିବା ଜଣାପଡିଛି । ଉସ୍ତା ଜଗନ୍ନାଥପୁର ଗ୍ରାମ ରେ ଜୀବନ ବିନ୍ଦୁ ସଂଯୋଜକ ସୁବାଷ ମହାରଣା , ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ଯୋଗେନ୍ଦ୍ର ସ୍ୱାଇଁ , ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପIତ୍ର , ବ୍ଲକ ଉପାଧ୍ୟଖ୍ୟା ପ୍ରତିନିଧି ସଞ୍ଜୟ ନାହାକ ଜିଲ୍ଲା ପରିଷଦ ସଭ୍ୟ ଅମିନ ପ୍ରଧାନ , ବିଜୟ ପ୍ରଧାନ , ଜିଲ୍ଲା ପରିଷଦ ପ୍ରତିନିଧି ଶଙ୍କରଶଣ ସ୍ୱାଇଁ , ରାଜୀବ ପIତ୍ର , ସରପଞ୍ଚ ଧୋବା ସ୍ୱାଇଁ ପୋଡାମାରୀ ସରପଞ୍ଚ ସନ୍ତୋଷ କୁମାର ବିଷୋୟୀ , ଡି, ରାକେଶ ପାତ୍ର ସମେତ ସମସ୍ତ ସରପଞ୍ଚ , ସମିତି ସଭ୍ୟ ପ୍ରମୁଖ ନେତୃ ମଣ୍ଡଳୀ ଉପସ୍ଥିତ ରହି ଆମର ଆତ୍ମା ର ସଦଗତି କାମନା କରିଛନ୍ତି । ଏବଂ ସମିତି ସଭ୍ୟ ନିଳାଞ୍ଚଳ ପ୍ରଧାନ ଓଡିଶା ମୋ ପରିବାର ସଙ୍ଗଠନକୁ ଧନ୍ୟବାଦ ଜଣାଇବା ସହ ଗରିବ ପରିବାରର ସଦସ୍ୟ ମୃତ ଶ୍ରୀମତୀ କୁମାରୀ ନିଜର ଚକ୍ଷୁ ଦାନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କ ଗରିବ ପରିବାରକୁ ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି ।


