ପାରାଦ୍ୱୀପରେ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସାନିଟାଇଜେସନ୍ କାର୍ଯ୍ୟକ୍ରମ
ପାରାଦୀପ,(ପିତବାସ ପ୍ରଧାନ):ବିଶ୍ବ ମହାମାରୀ କରୋନାର ମୁକାବିଲା ନିମନ୍ତେ ପାରାଦୀପ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷ୍ୟରୁ ପାରାଦୀପ ସହରର ବିଭିନ୍ନ ସ୍ଥାନରେ ସାନିଟାଇଜେଶନ୍ କରାଯାଇଛି। ପାରାଦ୍ଵୀପ ଏରିଆରେରେ ଥିବା ସବୁ ଅଫିସ, ବ୍ୟାଙ୍କ, ଏଟିଏମ, ଇଲୋକ୍ଟ୍ରୋ ସାନିଟାଇଜେଶନ୍ ମେସିନ୍ ମାଧ୍ୟମରେ ସୋଡିୟମ ହାଇଡ୍ରୋକ୍ଲୋରାଇଟ୍ ସଲୁସନ୍ ବ୍ୟବହାର କରାଯାଇଛି। ଏହା ଆଗାମୀ ଦିନରେ ପାରାଦ୍ୱୀପ ର ବିଭିନ୍ନ ଏରିଆରେ ସାନିଟାଇଜେଶନ୍ କାର୍ଯ୍ୟ ଜାରି ରହିବ ବୋଲି ଟ୍ରଷ୍ଟର ସଭାପତି ଶ୍ରୀ ସଚିତ୍ର କୁମାର ରାଉତ ଏବଂ ଆଡଭାଇଜର ସୁରେଶ ଚନ୍ଦ୍ର ଦାସ ମତ ପ୍ରକାଶ କରିଛନ୍ତି। ଏହି ସାନିଟାଇଜେଶନ୍ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ପାରାଦ୍ୱୀପ ପୌର ପାଳିକା ଏଜୁକୁଟିଭ ଅଫିସର ଶ୍ରୀ ଦିଲୀପ କୁମାର ମହାନ୍ତି ଓ ପାରାଦ୍ୱୀପ ମୁନିସିପାଲିଟି ର ପୂର୍ବତନ ଚେୟାରମ୍ୟାନ ଶ୍ରୀ ବସନ୍ତ କୁମାର ବିଶ୍ବାଳ। ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଟ୍ରଷ୍ଟର ମେମ୍ବର ମନୋଜ ମହାପାତ୍ର ଓ ବିଶ୍ବମ୍ବର ପ୍ରଧାନ।


