ଦାରିଙ୍ଗବାଡି ବିଡ଼ିଓ କୋରୋନା ପଜିଟିଭ ଚିହ୍ନଟ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରେ ଆଜି ୨୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ ଦାରିଙ୍ଗବାଡି ବିଡ଼ିଓଙ୍କ ସମେତ ଜଣେ ଅଙ୍ଗନବାଡି କର୍ମୀ ଓ ୩ ଜଣ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ରହିଛନ୍ତି। ବାକି ୧୫ ଜଣ ଲୋକଲ କେଶ ସାଙ୍ଗକୁ କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଜଣେ ପ୍ରଶାସନିକ ଅଧିକାରୀ ଚିହ୍ନଟ ହେବା ପରେ ସମସ୍ତଙ୍କ ମଧ୍ୟରେ ଦେଖାଦେଇଛି ଏବେ ଛନକା। ଜିଲ୍ଲାରେ କୋରୋନା ପ୍ରତିହତ କରିବା ପାଇଁ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଏସପି ଓ ସମସ୍ତ ବ୍ଲକର ବିଡ଼ିଓ, ତହସିଲଦାର ଓ ଥାନା ଅଧିକାରୀମାନେ ଦିନରାତି ଏକ କରି ଲାଗିଥିବା ବେଳେ ଦାରିଙ୍ଗବାଡି ବିଡ଼ିଓ କୋରୋନା ଆକ୍ରାନ୍ତ ହେବାକୁ ନେଇ ଜିଲ୍ଲା ପ୍ରଶାସନ ଏବେ ଚିନ୍ତାରେ। ପୂର୍ବରୁ ଏହି ବ୍ଲକର ସହକାରୀ ଯନ୍ତ୍ରୀ ଏବଂ ଜଣେ ବରିଷ୍ଠ ଅଧିକାରୀ ଚିହ୍ନଟ ହୋଇ ଚିକିତ୍ସିତ ହେଉଥିବାବେଳେ ପୁଣି ବିଡ଼ିଓ କୋରୋନା ଆକ୍ରାନ୍ତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀ ଓ ସାଧାରଣ ଲୋକ ଚିନ୍ତାରେ।ଏବେ ବିଡ଼ିଓ କାହା ସହିତ ମିଳାମିଶା କରିଥିଲେ ଏବଂ କେଉଁମାନେ ତାଙ୍କ ସଂସ୍ପର୍ଷରେ ଆସିଛନ୍ତି ତାହାର ଏକ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ସଙ୍ଗରୋଧ ରଖିବାକୁ ଦାବି ହେଉଥିବା ବେଳେ ଅନ୍ୟପକ୍ଷେ ଦାରିଙ୍ଗବାଡି ବ୍ଲକ କାର‌୍ୟ୍ୟାଳୟ ସମେତ ତହସିଲ କାର‌୍ୟ୍ୟାଳୟକୁ ସାନିଟାଇଜ କରାଯାଇ ବନ୍ଦ କରାଯାଇଥିବା ଦେଖିବାକୁ ମିଳିଛି।ପୂର୍ବରୁ ମଧ୍ୟ ଦାରିଙ୍ଗବାଡି ତହସିଲଦାର ଗଞ୍ଜାମ ଯାଇ ଗୋଟିଏ ଦିନ ରହି ଫେରିଥିବା ଘଟଣାର ଅଭିଯୋଗ ସତ୍ୱେ ତଦନ୍ତ ନହେବା ଓ ତହସିଲଦାରଙ୍କୁ ସଙ୍ଗରୋଧରେ ନ ରଖାଯିବା ସହ ଦାରିଙ୍ଗବାଡି ଅଞ୍ଚଳର ଜଣେ ପରେ ଜଣେ ଅଧିକାରୀ କରୋନା ଚିହ୍ନଟ ହେବା ସମସ୍ତଙ୍କୁ ଏବେ ଚିନ୍ତାରେ ପକାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ