ଦିଗପହଣ୍ଡି ଟ୍ରାକ୍ଟର ମାଲିକ ସଙ୍ଘ ଗଠିତ, ନୂତନ କର୍ମକର୍ତ୍ତା ଚୟନ
ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ବ୍ଳକ ବାସୁଦେବପୁର ପଞ୍ଚାୟତ ଅଧୀନ ମାଁ ଖେମୁଣ୍ଡି କାଳୁଆ ଦେବୀ ପୀଠ ରେ ଶୁକ୍ରବାର ଦିଗପହଣ୍ଡି ବ୍ଳକ ଟ୍ରାକ୍ଟର ମାଲିକ ସଂଘ ଗଠନ କରାଯାଇଛି । ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ଆୟୋଜିତ ଆଲୋଚନା ସଭାରେ ବ୍ଳକ ଅଧିନ ବିଭିନ୍ନ ଗ୍ରାମର ପ୍ରାୟ ୨ ଶହ ରୁ ଉର୍ଦ୍ଧ ଟ୍ରାକ୍ଟର ମାଲିକ ଯୋଗ ଦେଇ ବିଭିନ୍ନ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । ରାଜ୍ୟ ସରକାରଙ୍କ କରୋନା କଟକଣା ନିୟମକୁ ପାଳନ କରି ଏହି ଆଲୋଚନା ସଭା ଅନୁଷ୍ଠିତ ହୋଇଥିବାବେଳେ ଏହି ମହାମାରୀ କରୋନା ସମସ୍ତ ଦିନ ମଜୁରିଆଙ୍କ ପେଟକୁ ଲାତ ମାରିଛି । ଯାହାଫଳରେ ବହୁ ଗରିବ ପରିବାର ଏକ ପ୍ରକାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି । ରାଜ୍ୟ ସରକାର ଲଘୁ ଖଣିଜ ପଦାର୍ଥ ଉତ୍ତୋଳନ ପରିବହନ ଓ ରାଜସ୍ୱ ଦାଖଲ ନିମନ୍ତେ ଯେଉଁ ନିୟମ ପ୍ରଣୟନ କରିଛନ୍ତି ତାହାକୁ ଅନୁପାଳନ କରି ପରିବହନ ବ୍ୟବସ୍ଥା ସୁରୁଖୁରରେ ଚଲେଇବା ଏବଂ ସଂଘର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଏକତା ରଖି କାର୍ଯ୍ୟ କରିବା ପାଇଁ ସଭାରେ ବିଧିବଦ୍ଧ ନିଷ୍ପତ୍ତି ହୋଇଥିଲା । ପରେ ସର୍ବ ସମ୍ମତକ୍ରମେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଙ୍ଘ ସଭାପତି ଭାବେ ଦିଗପହଣ୍ଡି ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ଏମ.ନିରଞ୍ଜନ ରେଡ୍ଡୀଙ୍କୁ ଚୟନ କରାଯାଇଥିବାବେଳେ ଗଜେନ୍ଦ୍ର ସ୍ୱାଇଁ ଉପସଭାପତି,ସମ୍ପାଦକ – କୃଷ୍ଣ ଚନ୍ଦ୍ର ସେଠୀ,ସହ ସମ୍ପାଦକ – କୁରେଶୁ ସେଠି,କୋଷାଧକ୍ଷ – ଏମ.ଆପ୍ପା ରାଓ,ଉପଦେଷ୍ଟା ରୂପେ ଅଭିମନ୍ୟୁ ରାଉତ,ଦିଗାମ୍ବର ମହାରଣା,ବି.ବାଲାଜୀ ରେଡ୍ଡୀ,ସୁରେନ୍ଦ୍ର ରେଡ୍ଡୀ,ଏମ.ଶିବରାମ ରେଡ୍ଡୀ,ଶିବରାମ ସ୍ୱାଇଁ,ସମୀର ସ୍ୱାଇଁ,କେଶବ ଗୌଡ଼,ଧ୍ୱଜ ସାହୁ,ବିପ୍ର ସେଠୀ,ରାଜେନ୍ଦ୍ର ଦୋରା ଏବଂ ଶିବଶଙ୍କର ସ୍ୱାଇଁ ଙ୍କୁ ମନୋନୀତ କରାଯାଇଥିଲା। ନବଗଠିତ ଟ୍ରାକ୍ଟର ମାଲିକ ସଙ୍ଘ କାର୍ଯ୍ୟକର୍ତ୍ତା ମାନଙ୍କୁ କୁକୁଡାଖଣ୍ଡି ବ୍ଳକ ଟ୍ରାକ୍ଟର ମାଲିକ ସଙ୍ଘ ସଭାପତି ସନାତନ ସଂଗ୍ରାମ ସିଂ ଅଭିନନ୍ଦନ ଜଣାଇଛନ୍ତି ।


