ଦିଗପହଣ୍ଡି ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ନିର୍ବାଚନ ; ସଭାପତି ଭାବେ ନିର୍ବାଚିତ ହେଲେ ସନାତନ
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର କର୍ମକର୍ତ୍ତା ନିର୍ବାଚନ ରବିବାର ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ କମଳାପୁର ଗ୍ରାମସ୍ଥିତ କାଶୀ ବିଶ୍ଵନାଥ ଶୈବପୀଠରେ ଅନୁଷ୍ଠିତ ସଂଘର ପରିବର୍ଦ୍ଧିତ ବୈଠକରେ ସଂଘର ନୂତନ ସଭାପତି ଭାବେ ସନାତନ ପଟ୍ଟନାୟକଙ୍କୁ ସର୍ବସମ୍ମତ କ୍ରମେ ନିର୍ବାଚିତ କରାଯାଇଥିଲା। ବୈଠକ ରେ ଶିକ୍ଷକ ସଂଘ ର ପୂର୍ବତନ ସଭାପତି ବାୟା ଗୈାଡ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ଗଣେଶ ଚନ୍ଦ୍ର ପାଢ଼ୀ ବାର୍ଷିକ ବିବରଣୀ ପାଠ କରିଥିଲେ । ବୈଠକ ପ୍ରାରମ୍ଭରେ ଶିକ୍ଷକ ବାବୁଲା ମହାରଣା ଓ ପ୍ରମୋଦ ପଣ୍ଡା ବିଭୂ ପ୍ରାର୍ଥନା ଓ ସ୍ଵାଗତ ସଂଗୀତ ପରିବେଷଣ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଦେବରାଜ ସାବତ ଓ ରଜନୀ ରଥଙ୍କୁ ସଂଘ ପକ୍ଷରୁ ଉପଢୌକନ, ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଗଞ୍ଜାମ ଜିଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶଶାଙ୍କ ପ୍ରଧାନଙ୍କ ଉପସ୍ଥିତିରେ ସଂଘର ବ୍ଲକ ଶାଖା ସଭାପତି ପଦବୀ ଏବଂ ଜିଲା କମିଟି ସଭ୍ୟ ନିମନ୍ତେ ନିର୍ବାଚନ କରାଯାଇଥିଲା। ବ୍ଲକ ସଙ୍ଘ ର ନୂତନ ସଭାପତି ଭାବେ ଶ୍ରୀ ପଟ୍ଟନାୟକଙ୍କୁ ନିର୍ବାଚିତ କରାଯାଇଥିବା ବେଳେ ଜି ଲା କମିଟି ସଦସ୍ୟ ସଦସ୍ୟ ପଦ ସକାଶେ ଶ୍ରୀହରି ମହାନ୍ତି ଓ ସନ୍ତୋଷ ଗୈାଡଙ୍କୁ ନିର୍ବାଚିତ କରାଯାଇଥିଲା । ଶେଷରେ ଶିକ୍ଷକ ପ୍ରଦୀପ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଦାମୋଦର ପାଢୀ , ଭଗବାନ ପାଢ଼ୀ , ଏଲ୍. କୃଷ୍ଣମୂର୍ତ୍ତି ଦୋରା , ଜିତୁ ଶ୍ରୀହରୀ , ଶିବଶଙ୍କର ମିଶ୍ର , ପର୍ଶୁ ବେହେରା , ଲକ୍ଷ୍ମଣ ସାହୁ , ପଦ୍ମ ପଟ୍ଟନାୟକ ସମେତ ବହୁ ଶିକ୍ଷକ ଉପସ୍ଥିତ ଥିଲେ ।


