ବାଚସ୍ପତିଙ୍କ ଦ୍ୱାରା ଘୋଡାହାଡ ପାଣିପଞ୍ଚାୟତ ଶୀର୍ଷ କମିଟି କର୍ମକର୍ତ୍ତା ଙ୍କ ନାଁ ଘୋଷଣା

ଦିଗପହଣ୍ଡି ,(ଓ୍ବାଇଏନ୍ଏସ୍):ଦିଗପହଣ୍ଡି ସ୍ଥିତ ଘୋଡାହାଡ ପାଣିପଞ୍ଚାୟତ ଶୀର୍ଷ କମିଟିର କର୍ମକର୍ତ୍ତା ନିର୍ବାଚନ ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ ରବିବାର ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ବିଧାୟକ ଡ. ସୂର୍ଯ୍ୟନାରାୟଣ ପାତ୍ର  ନୂତନ କର୍ମକର୍ତ୍ତାଙ୍କ ନାମ ଚୟନ କରିବାସହ ସେମାନଙ୍କୁ ନାମାଙ୍କନ ଦାଖଲ ନିମନ୍ତେ ପରାମର୍ଶ ଦେଇଥିବା ଜଣାପଡିଛି। ଦିଗପହଣ୍ଡି ସ୍ଥିତ ଘୋଡ଼ାହାଡ଼ ଉପଖଣ୍ଡ କାର୍ଯ୍ୟାଳୟ ଅଧୀନ ଏହି  ପାଣି ପଞ୍ଚାୟତ ଶୀର୍ଷ କମିଟି ସଭାପତି ଭାବେ ରମେଶ ଚନ୍ଦ୍ର ପାତ୍ର, ସମ୍ପାଦକ ଭାବେ କିର୍ତ୍ତିଚନ୍ଦ୍ର ଗୌଡ ଓ କୋଷାଧ୍ୟକ୍ଷ ଭାବେ ରାମନାଥ ବିଷୋୟୀ ଙ୍କୁ ସର୍ବସମ୍ମତକ୍ରମେ ମନୋନୀତ କରାଯାଇଛି। ସୂଚନାଯୋଗ୍ୟ ଯେ, ଘୋଡାହାଡ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ  ପକ୍ଷରୁ ୨୧ ଟି ପାଣିପଞ୍ଚାୟତ ଚକ କମିଟି  ର କର୍ମକର୍ତ୍ତା ନିର୍ବାଚନ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ତେବେ ଶୀର୍ଷ କମିଟି ର କାର୍ଯ୍ୟକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ। ରବିବାର ବିଜେଡ଼ି ସମର୍ଥିତ ପାଣି ପଞ୍ଚାୟତ ଚକ କମିଟି ର ନବ ନିର୍ବାଚିତ କର୍ମକର୍ତ୍ତା ବୃନ୍ଦ ରାଜଧାନୀ ଗସ୍ତ କରି ବିଧାୟକ ତଥା ବାଚସ୍ପତି ଙ୍କୁ ସାକ୍ଷାତ କରିଥିଲେ। ପରେ ସେଠାରେ ଆୟୋଜିତ ଅଣ ଆନୁଷ୍ଠାନିକ ବୈଠକ ରେ ଏନେଇ ବିସ୍ତୃତ ଆଲୋଚନା କରାଯିବା ପରେ ବାଚସ୍ପତି ଙ୍କ ଉପସ୍ଥିତି ରେ ଶୀର୍ଷ କମିଟି କାର୍ଯ୍ୟକର୍ତ୍ତା ଙ୍କ ନାମ ଘୋଷଣା କରାଯିବା ସହ  ଏସ.ସହଦେବ ରେଡ୍ଡୀ, ଏମ୍.ଦଣ୍ଡପାଣି ପାତ୍ର, ଏ. ପ୍ରସାଦ ରାଓ,କିଶୋର ଚନ୍ଦ୍ର ସର୍ଦ୍ଦାର, ସୁବାସ ଚନ୍ଦ୍ର ପ୍ରଧାନ, ରୀନା ହୋତା ଙ୍କୁ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଥିଲା। ଆୟୋଜିତ ବୈଠକରେ ରାଜ୍ୟ ବିଜେଡ଼ି କାର୍ଯ୍ୟକାରିଣୀ ସଭ୍ୟ ବିପ୍ଳବ କୁମାର ପାତ୍ର, ଦିଗପହଣ୍ଡି ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ଏମ୍.ନିରଞ୍ଜନ ରେଡ୍ଡୀ, ପଦ୍ମନାଭପୁର ସରପଞ୍ଚ ବି.କ୍ରିଷ୍ଣାରାଓ ସୁବୁଦ୍ଧି, ନିମଖଣ୍ଡି ପେଣ୍ଠ ପଞ୍ଚାୟତ ସରପଞ୍ଚ ବିଭୂତି ଭୂଷଣ ମହାପାତ୍ର, କ ଇ ଠ ଡ଼ା ପଞ୍ଚାୟତ ସରପଞ୍ଚ ଭୀମସେନ ସାହୁ ଙ୍କ ସମେତ ବି.ତୁରୁବୁଡି ପଞ୍ଚାୟତ ର ପୂର୍ବତନ ସରପଞ୍ଚ କେ. ସଞ୍ଜୀବ କୁମାର ରେଡ୍ଡୀ, ପାଣି ପଞ୍ଚାୟତ ଶୀର୍ଷ କମିଟି ର ପୂର୍ବତନ ସଭାପତି ତଥା  ଖମାରୀ ଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଦ୍ୟାଧର ମହାପାତ୍ର, ରଞ୍ଜନ ପାଣିଗ୍ରାହୀ, ସତ୍ୟନାରାୟଣ ରଥ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ