ବିଶ୍ୱହିନ୍ଦୁ ପରିଷଦର ଦୀପ ଉତ୍ସବ

ବାଲେଶ୍ୱର, (ସରୋଜ ପଣ୍ଡା) : ପ୍ରଭୁ ଶ୍ରୀରାମଙ୍କ ରାଜ୍ୟାଭିଷେକ ସ୍ମୃତିରେ ବିଶ୍ୱହିନ୍ଦୁ ପରିଷଦ ବାଲେଶ୍ୱର ଶାଖା ପକ୍ଷରୁ ଦୀପ ଉତ୍ସବ ସ୍ଥାନୀୟ ଫକୀର ମୋହନ ଗୋଲେଇଠାରେ ଶୁକ୍ରବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ପୂର୍ବତନ ରାଜ୍ୟ ଉପ-ସଭାପତି ତଥା ଓଡ଼ିଆ ଭାଷା ସାହିତ୍ୟର ଅନ୍ୟତମ ଗବେଷକ ଡ. ରମାକାନ୍ତ ବେହେରା, ଜିଲା ସଭାପତି ସୁଧାକର ପାଢ଼ୀ, ଜିଲା ଉପ-ସଭାପତି ସଞ୍ଜୟ ମହାପାତ୍ର, ସତସଙ୍ଗ ପ୍ରମୁଖ ବଳଭଦ୍ର ଶତପଥୀ, ସେବା ପ୍ରମୁଖ ରଜନୀକାନ୍ତ ଶତପଥୀ, ଦୁର୍ଗା ବାହିନୀ ସହ-ସଂଯୋଜିକା କସ୍ତୁରୀ ସରକାର, ସଂଯୋଜିକା ହେମଲତା ସାହୁ, କବିତା ବେହେରା, ଅର୍ଣ୍ଣବ କୁମାର କର, ତୃପ୍ତି ଆଚାର୍ଯ୍ୟ, ଜ୍ୟୋତିର୍ମୟ ପରିଡ଼ା ଜଗବନ୍ଧୁ ପୃଷ୍ଟି, ଆଲୋକ ପଣ୍ଡା ପ୍ରମୁଖ କର୍ମକର୍ତ୍ତାମାନେ ଏଥିରେ ଯୋଗଦେଇ ଦୀପାବଳି ଓ ଦୀପାବଳିର ପର ସଂଧ୍ୟାର ପୌରାଣିକ ମତ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରଭୁ ଶ୍ରୀରାମ ମାଆ ସୀତାଙ୍କୁ ନେଇ ଅନୁଜ ଲକ୍ଷ୍ମଣଙ୍କ ସହ ଲଙ୍କାରୁ ରାଜ୍ୟକୁ ଫେରିବା ଖୁସୀରେ ଅଯୋଧ୍ୟାବାସୀ ଦୀପ ଜାଳି ସ୍ୱାଗତ କରିଥିଲେ । ତହିଁଆରଦିନ ଶ୍ରୀରାମଙ୍କର ରାଜ୍ୟାଭିଷେକ ଅନୁଷ୍ଠିତ ହୋଇଥିବା ବିଶ୍ୱହିନ୍ଦୁ ପରିଷଦର କର୍ମକର୍ତ୍ତମାନେ କହିଥିଲେ । ଏହି ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ବିଶ୍ୱହିନ୍ଦୁ ପରିବାର ପ୍ରତିବର୍ଷ ଦୀପାବଳି ପର ସଂଧ୍ୟାରେ ଭାରତ ମାନଚିତ୍ର ସହ ଦୀପଦାନ ପରମ୍ପରା ପାଳନ କରିଆସୁଛି ବୋଲି କର୍ମକର୍ତ୍ତାମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ