ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ନିଯୁକ୍ତି ମେଳା
ଛତ୍ରପୁର,(ଦେବଦତ୍ତ ମହାରଣା) : ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନାରେ ନିଯୁକ୍ତି ସୁଯୋଗ ପାଇଁ ତାଲିମ୍ ନେବାକୁ ପୋଟ୍ଟଲାମପୁର କ୍ଲଷ୍ଟରରେ ଗୁରୁବାର ଚୟନ ମେଳା ପୋଟ୍ଟଲାମପୁର ପଞ୍ଚାୟତର ଗଙ୍ଗାପୁର ହାଇସ୍କୁଲ ପରିସରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୋଟ୍ଟଲାମପୁର, ବଡମାଧପୁର ଓ ପୋଡାପଦର ପଞ୍ଚାୟତ ର ଯୁବକ ଯୁବତୀ ମାନେ ଆବେଦନ କରାଇଛନ୍ତି । ଏହି ମେଳା କୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଉଦଘାଟନ କରିଥିବା ବେଳେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଜଂୟ ରେଡ୍ଡୀ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୋଟ୍ଟଲାମପୁ ସରପଂଚ ସୁବାସିନି ବାରିକି, ବଡମାଧପୁର ସରପଞ୍ଚ ଶରତ ଖୁଣ୍ଟିଆ , ଯୁବନେତା ଶମ୍ଭୁନାଥ ସ୍ୱାଇଁ, ସୁକାନ୍ତ ନାହାକ, ରମେଶ ବାରିକି, ରମେଶ ପ୍ରଧାନ ,ଓଡିଶା ଜୀବିକା ମିଶନ୍ ର ବ୍ଲକ ସଂଯୋଜିକା ମାନିନୀ ଜେନା,ଏସଡିସି ମାନସୀ ବେହୋର, ବିଏଲସି ଗୀତାଜଂଳି ମୁଦୁଲି ଏବଂ ତିନୋଟି ପଞ୍ଚାୟତର ଏମବିକେ ଓ ସିଆରପି ମାନେ ଉପସ୍ଥିତ ରହି ଚୟନ କାର୍ଯ୍ୟରେ ସହଯୋଗ କରିଥିଲେ । ଶିବିର ନିମନ୍ତେ ୬୯ ଜଣ କାଉନସିଲିଂ ପାଇଁ ଟ୍ରାଗେଟ୍ ଥିବା ବେଳେ ୭୮ଜଣ ପଞ୍ଜୀକୃତ କରିଥିଲେ । ସେଥିରୁ ୪୬ ଜଣ ଚୟନ ହୋଇଥିଲେ ବୋଲି ଓଡିଶା ଜିବିକା ମିଶନର ବ୍ଲକ ସଂଯୋଜିକା କହିଛନ୍ତି ।