ଦିନ ଦ୍ୱିପହରରେ ବ୍ୟାଙ୍କ ସାମ୍ନାରୁ ଲୁଟ୍

ଭଣ୍ଡାରିପୋଖରୀ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ମଞ୍ଜୁରୀରୋଡ୍ ବ୍ୟାଙ୍କ ସମ୍ମୁଖରୁ ବଜାରରେ ଜଣେ ବ୍ୟକ୍ତିଙ୍କ ଠାରୁ ୧.୫ ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି । ମିଳିଥିବା ଖବର ଅନୁଯାୟୀ ଶଙ୍କର୍ଷଣ ନାମକ ଜଣେ ଯୁବକ ବଜାରରେ ଆହ୍ଲାହାବାଦ ବ୍ୟାଙ୍କରୁ ୧.୫ ଲକ୍ଷ ଟଙ୍କା ଡିପୋଜିଟ୍ କରିବାକୁ ନେଉଥିଲେ । କିନ୍ତୁ ପୂର୍ବରୁ ତାଙ୍କୁ ୨ ଜଣ ଲୁଟେରା ହାତରୁ ଟଙ୍କା ଛଡାଇ ନେଇଥିଲେ । ଏହା ପରେ ସ୍ଥାନୀୟ ଲୋକେ ଓ ମଞ୍ଜୁରୀ ରୋଡ୍ ସ୍ଥିତ ପୁଲିସ ସହାୟତାରେ ସେମାନଙ୍କୁ ପିଛା କରିଥିଲେ । କିନ୍ତୁ କିଛି ବାଟ ଗଲା ପରେ ଦୁର୍ବୁତ୍ତମାନେ ଗାଡିଟିକୁ ଛାଡି ଦୁର୍ବୁତ୍ତ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୋଲିସ ଗାଡିଟକୁ ଜବତ କରି ତଦନ୍ତ ଜାରୀ ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ