ଦୁଇ ଗୁଣା ବଢ଼ାନ୍ତୁ ନେଲ୍ପଲିସ୍ର ସୌନ୍ଦର୍ଯ୍ୟ

ନିଜ ଆଙ୍ଗୁଳିକୁ ସୌନ୍ଦର୍ଯ୍ୟ ଭରା ବା ଆକର୍ଷଣୀୟ କରିବା ପାଇଁ ଝିଅମାନେ ନଖରେ ନେଲ ପଲିସ ଲଗାଇଥାନ୍ତି । ଏହା ହାତ ପାପୁଲିରେ ଶୋଭା ବଢ଼ାଇବା ସହ ସୁନ୍ଦର ଦେଖାଯାଇଥାଏ । ନେଲ ପଲିସ ଲଗାଇବା ବେଳେ କିଛିଟା କଥା ଉପରେ ଧ୍ୟାନ ଦେବାକୁ ପଡିଥାଏ । କାରଣ ଯଦି ଆପଣଙ୍କ ରଙ୍ଗ ଓ ଆଙ୍ଗୁଠିର ଗଠନ ଅନୁସାରେ ନେଲ ପଲିସ ଲଗାଇ ନଥିବେ ଏହା ସୁନ୍ଦର ଦିଶିବା ବଦଳରେ ଆପଣଙ୍କୁ ଲୋକହସା କରାଇପାରେ । ତେଣୁ ନେଲ୍ପଲସ୍ ଲଗାଇବା ନେଇ ଆମେ ଏମିତି କିଛି ଟିପ୍ସ ଦେଉଛୁ । ଯାହା ଆପଣଙ୍କୁ ଆକର୍ଷଣୀୟ କରାଇପାରିବ । ନେଲପଲିସ୍ ଳଗାଇବା ପୂର୍ବରୁ ପ୍ରଥମେ ଧ୍ୟାନ ଦିଅନ୍ତୁ ଯେମିତି ଆପଣଙ୍କ ହାତ ସଫା ଓ ଶୁଖିଲା ଥିବ । ଯଦି ଆପଣ ଓଦା ନଖରେ ନେଲ ପଲିସ ଲଗେଇବେ ତେବେ ତାହା ଠିକରେ ଲାଗିବ ନାହିଁ । ନଖକୁ ପ୍ରଥମେ ଭଲ ସେପ ଦିଅନ୍ତୁ । ତା’ ପରେ ନେଲ ପେଣ୍ଟର ଟ୍ରାନ୍ସପରେଣ୍ଟ କୋଟ ଲଗାନ୍ତୁ । ଟ୍ରାନ୍ସପରେଣ୍ଟକୁ ବ୍ରସ ଦ୍ୱାରା ନଖ ମଧ୍ୟରେ ଲଗାନ୍ତୁ । ଟ୍ରାନ୍ସପରେଣ୍ଟ ନେଲ ପେଣ୍ଟ କୋଟ ଭଲ ଶୁଖିବା ପରେ ନିଜ ପସନ୍ଦର କୌଣସି ବି ନେଲ ପଲିସ ଲଗାଇପାରିବେ ।
ସବୁବେଳେ ନେଲ ପଲିସ ଲଗାନ୍ତୁ । ଯଦି ଆପଣଙ୍କ ନେଲପଲିସ ଭଲ ନାହିଁ । ତେବେ ନେଲ ପଲିସ ଲଗାଇବାରେ ନିଜ ଆଙ୍ଗୁଳିକୁ ଥଣ୍ଡା ପାଣିରେ ବୁଡାଇ ରଖନ୍ତୁ । ଏହା ଦ୍ୱାରା ନଖରେ ନେଲ ପଲିସ ଖୁବ ଭଲ ଭାବେ ସେଟ୍ ହୋଇଯିବ । ଯଦି ନେଲପଲିସ୍ ଲଗାଇବା ସମୟରେ ବାହାରେ ଲାଗିଯାଏ ତେବେ ତାକୁ ଧ୍ୟାନର ସହ ରିମୁଭର ସାହାଯ୍ୟରେ ପୋଛିଦିଅନ୍ତୁ । ଫଳରେ ନଖରେ ଲଗେଇଥିବା ନେଲପଲିସ୍ ସଫା ଓ ସ୍ପଷ୍ଟ ଦେଖାଯିବ । ନଖରେ ନେଲପଲିସ୍ ଲଗେଇବା ପରେ ଥଣ୍ଡା ପାଣିରେ ବୁଡାଇ ରଖିବେ । ଏହା ଦ୍ୱାରା ନେଲପଲିସ୍ ଭଲ ଭାବେ ସେଟ୍ ହୋଇଯାଇଥାଏ ଏବଂ ସ୍ପଷ୍ଟ ଦେଖାଯାଇଥାଏ । ଧ୍ୟାନ ଦେବେ ନେଲପଲିସ୍ ଶୁଖିବା ପରେ ହିଁ କୌଣସି କାମ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ