ଦୁଇ ଛାତ୍ରଙ୍କୁ ହତ୍ୟା କଲେ ମାଓବାଦୀ
ମାଲକାନଗିରି, (ୱାଇଏନ୍ଏସ୍) : ଛତିଶଗଡ଼ର ସୁକୁମା ଜିଲାରେ ସୋମବାର ଦୁଇ ଛାତ୍ରଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ। ସୁକୁମା ଜିଲା ଜଗରଗୁଣ୍ଡା ଥାନା ଅନ୍ତର୍ଗତ ନିଲମପାଲି ଜଙ୍ଗଲରେ ଆଜି ଦୁଇଜଣ ଛାତ୍ରଙ୍କୁ ମାଓବାଦୀ ମାନେ ପୋଲିସ ସୂଚନାଦାତା ସନ୍ଦେହରେ ଉଠାଇ ନେଇ ଜଙ୍ଗଲ ମଧ୍ୟରେ ହତ୍ୟା କରିଛନ୍ତି। ଏହି ଦୁଇଜଣ ଛାତ୍ର ହେଲେ ସାଥି ହଡମା ଓ ମାଡକାମୀ ଅର୍ଜୁନ। ଦୁଇଜଣଙ୍କୁ ହତ୍ୟା ପରେ ମାଓବାଦୀମାନେ ଉଭୟଙ୍କ ମୃତଦେହକୁ ରାସ୍ତା ଉପରେ ଫିଙ୍ଗି ଦେଇ ଚାଲି ଯାଇଥିଲେ। ତେବେ ମାଓବାଦୀଙ୍କ ଦ୍ୱାରା କିଛି ହାତ ଲେଖା ପୋଷ୍ଟର ଛଡ଼ା ଯାଇଥିବା ବେଳେ ସେଥିରେ ଏହି ଦୁଇଜଣ ପୋଲିସକୁ ମାଓବାଦୀଙ୍କ ଗତିବିଧି ଉପରେ ସୂଚନା ଦେଉଥିବାରୁ ହତ୍ୟା କରାଯାଇଥିବା ଉଲ୍ଲେଖ ରହିଛି।